STORYMIRROR

Bishwanath Sethi

Abstract Classics

4  

Bishwanath Sethi

Abstract Classics

ପାହାଡ

ପାହାଡ

1 min
384

କେଉଁ କାଳରୁ ଯେ ଉତ୍ପତ୍ତି ତୋର

କାହାକୁ ବା ଜଣା ଅଛି,

ପ୍ରକୃତିର ତୁହି ବିିିଚିତ୍ର ସୃଷ୍ଟିି

ଯିଏ ତତେ ରଚିଅଛି ।


ନୀରବେ ନିଶ୍ଚଳେ ଠିିିଆ ତୁ ହେଇ

ସାଜିଛୁ ନୀରବ ଦଷ୍ଟ୍ରା,

କି ମହତ ଉଦ୍ଦେଶ୍ୟେ ସୃୃଷ୍ଟି ତୋର

ଜାଣିଥିବ ସେଇ ସ୍ରଷ୍ଟା ।


ପ୍ରକୃତି କୋଳର ଅନନ୍ୟ ସୃଷ୍ଟି

ସମ୍ଭାରରେ ପରିିପୂର୍ଣ୍ଣ,

ଅକ୍ଷୟ ଅମଳିନ ଘଟ ପୁଣି 

ରୂପ ତୋର ଯଉବନ ।


ସୌନ୍ଦର୍ଯ୍ୟର ତୁହିି ଗନ୍ତାଘର ଟେ

ପ୍ରକୃତିରାଣୀର ଶିରି,

ଝଡ ବତାସକୁୁ ସାମନା କରୁ

ଛାତି ତର ଦମ୍ଭ କରି ।


ରାସ୍ତା ସଡକ ତିଆରି ହୁଏ

ଛାତି ଚିରି ଦେଇ ତୋର,

ସବୁୁୁ ତ ତୁଇ ସହିଛୁ ନୀରବେ

ତ୍ୟାଗି ନିିିଜର ଶରୀର ।


ଶିରା, ପ୍ରଶିିିରାରୁ ରକ୍ତ ବୁହାଇ

ମୁଣ୍ଡେଇଛୁ ତୁୁୁହି ଭାର,

ସହିିିଷ୍ଣୁତାର ବାର୍ତ୍ତା ଦେଇ ପୁୁଣି

ଟେକି ଅଛୁ ମଥା ତୋର ।


ଅନ୍ୟ ସ୍ଵାର୍ଥ ପାଇଁ ସର୍ବସ୍ୱତ୍ୟାଗି

ଚରମାନନ୍ଦ ତୁ ଲଭୁ,

କି ପୂଣ୍ୟ ବଳେ ଗଢିିିଅଛି ତତେ

ସେହି ଦିବ୍ୟ ସ୍ରଷ୍ଟା ବିଭୁ ।


ତୋ ବୁକୁ ଫଟାଇ ଝରଣା ବହେ

କୁଳୁୁୁକୁଳୁ ନାଦ କରି,

ତା' ସାଥେ ନିବିଡ଼ ସମ୍ପର୍କ ରଖି

ରହିିିଥାଉ ମିତ୍ର ପରି ।


ତୋ ଦେହକୁ ଛୁଇଁ ବହଇ ନଈ

କରେ ତତେ ପୁଲକିତ,

'ପାହାଡ ନଈ' ସମ୍ପର୍କ ତୁମର

ଜାଣେ ଏ ସାରା ଜଗତ ।



Rate this content
Log in

Similar oriya poem from Abstract