ପାହାଡ
ପାହାଡ
କେଉଁ କାଳରୁ ଯେ ଉତ୍ପତ୍ତି ତୋର
କାହାକୁ ବା ଜଣା ଅଛି,
ପ୍ରକୃତିର ତୁହି ବିିିଚିତ୍ର ସୃଷ୍ଟିି
ଯିଏ ତତେ ରଚିଅଛି ।
ନୀରବେ ନିଶ୍ଚଳେ ଠିିିଆ ତୁ ହେଇ
ସାଜିଛୁ ନୀରବ ଦଷ୍ଟ୍ରା,
କି ମହତ ଉଦ୍ଦେଶ୍ୟେ ସୃୃଷ୍ଟି ତୋର
ଜାଣିଥିବ ସେଇ ସ୍ରଷ୍ଟା ।
ପ୍ରକୃତି କୋଳର ଅନନ୍ୟ ସୃଷ୍ଟି
ସମ୍ଭାରରେ ପରିିପୂର୍ଣ୍ଣ,
ଅକ୍ଷୟ ଅମଳିନ ଘଟ ପୁଣି
ରୂପ ତୋର ଯଉବନ ।
ସୌନ୍ଦର୍ଯ୍ୟର ତୁହିି ଗନ୍ତାଘର ଟେ
ପ୍ରକୃତିରାଣୀର ଶିରି,
ଝଡ ବତାସକୁୁ ସାମନା କରୁ
ଛାତି ତର ଦମ୍ଭ କରି ।
ରାସ୍ତା ସଡକ ତିଆରି ହୁଏ
ଛାତି ଚିରି ଦେଇ ତୋର,
ସବୁୁୁ ତ ତୁଇ ସହିଛୁ ନୀରବେ
ତ୍ୟାଗି ନିିିଜର ଶରୀର ।
ଶିରା, ପ୍ରଶିିିରାରୁ ରକ୍ତ ବୁହାଇ
ମୁଣ୍ଡେଇଛୁ ତୁୁୁହି ଭାର,
ସହିିିଷ୍ଣୁତାର ବାର୍ତ୍ତା ଦେଇ ପୁୁଣି
ଟେକି ଅଛୁ ମଥା ତୋର ।
ଅନ୍ୟ ସ୍ଵାର୍ଥ ପାଇଁ ସର୍ବସ୍ୱତ୍ୟାଗି
ଚରମାନନ୍ଦ ତୁ ଲଭୁ,
କି ପୂଣ୍ୟ ବଳେ ଗଢିିିଅଛି ତତେ
ସେହି ଦିବ୍ୟ ସ୍ରଷ୍ଟା ବିଭୁ ।
ତୋ ବୁକୁ ଫଟାଇ ଝରଣା ବହେ
କୁଳୁୁୁକୁଳୁ ନାଦ କରି,
ତା' ସାଥେ ନିବିଡ଼ ସମ୍ପର୍କ ରଖି
ରହିିିଥାଉ ମିତ୍ର ପରି ।
ତୋ ଦେହକୁ ଛୁଇଁ ବହଇ ନଈ
କରେ ତତେ ପୁଲକିତ,
'ପାହାଡ ନଈ' ସମ୍ପର୍କ ତୁମର
ଜାଣେ ଏ ସାରା ଜଗତ ।