STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ପାଗଳତ ନୁହେଁ ମୁହିଁ

ପାଗଳତ ନୁହେଁ ମୁହିଁ

1 min
414

ମସ୍ତିଷ୍କରେ ଉଠେ କବିତାର ଛନ୍ଦ କବିତାର ରୂପ ଦିଏ,

  ସେହୁ ଛନ୍ଦ ଦିଏ ଜଗତକୁ ଶିକ୍ଷା ଜନମନେ ଗୁଞ୍ଜୁ ଥାଏ।


ନେତ୍ର ଦେଖେ ଯାହା ମସ୍ତିଷ୍କେ ଗୁଞ୍ଜନ ରୂପ କବିତାର ହୁଏ,

  ରାଷ୍ଟ୍ର ଭଲ କାର୍ଯ୍ୟେ ମନରେ ଗୁଞ୍ଜନ କବିର କବିତା ହୁଏ।


ଅନ୍ୟାୟ ବିରୁଦ୍ଧେ କବିତା ରଚନା କବିର କବିତା ହୁଏ

  ଶିକ୍ଷା ଦିଏ ସେହୁ ଜନତା କଲ୍ୟାଣ ଆଦର କବିତା ହୁଏ।


ପ୍ରାପ୍ତି ଟି ସ୍ବାଧୀନ କବିତା ଗୁଞ୍ଜନେ ରାଷ୍ଟ୍ର ଭକ୍ତି ଦେଲା ଭରି,

  କବିତାଟି ଦେଲା ଲଢିବା ସାମର୍ଥ୍ୟ ୟଶଦେଲା ହୃଦେଭରି।


ଦେଶ ଶତ୍ରୁଙ୍କର ବିରୋଧ ହେବଟି ଜାଗ୍ରତରେ କବିତାରୁ,

  ମାତୃଭାଷାରଟି ଆଦର ହୋଇବ ମାତୃଭାଷା ହେବ ଶୁରୁ।


ଗୁଞ୍ଜି ଉଠୁ ଥିବ ଜନ୍ମଭୂମି ପାଇଁ ସୁରକ୍ଷାର ମହାମନ୍ତ୍ର,

   ଆତ୍ମନିର୍ଭରର କରିବ କବିତା ହେବ ସେହୁ ଜ୍ଞାନ ମନ୍ତ୍ର।


ଅହିଂସାର ମନ୍ତ୍ର ଗୁଞ୍ଜୁ ଥିବ ଜନେ ହିଂସା ଭାବ ଯିବ ତୁଟି,

 ଧର୍ମପଥଗାମୀ ହେବେ ସବୁଜନ ଅନ୍ୟାୟ ଯିବରେ ଘୋଟି।


ପ୍ରଭୁ ଭକ୍ତି ପରା କବିତାର ରୂପ ପ୍ରଭୁ ପଦେ ସମର୍ପଣ,

  କବିତା ହିଁ ଦିଏ ଦିଅଁଙ୍କ ଭକତି ପ୍ରଭୁ ପଦେ ଅନୁକ୍ଷଣ।


କବି ହିଁ ଗାଏଟି ଦେଶର ଗୌରବ କବିତାର ମାଧ୍ୟମରେ,

  କବିତା ହିଁ ଦିଏ ପ୍ରେରଣାର ଶକ୍ତି ଜନଜନ ଯୋଡିବାରେ।


ମସ୍ତିଷ୍କରେ ଉଠେ କବିତାର ଛନ୍ଦ କବିତାର ରୂପ ହୁଏ,

  ସେହୁ ଛନ୍ଦ ଦିଏ ଜଗତକୁ ଶିକ୍ଷା ଜନମନେ ଗୁଞ୍ଜୁ ଥାଏ।


Rate this content
Log in

Similar oriya poem from Abstract