STORYMIRROR

jagabandhu sahu

Romance

4  

jagabandhu sahu

Romance

ପାଗଳ କଲାଣି ମୋତେ

ପାଗଳ କଲାଣି ମୋତେ

1 min
8

କଇଁଫୁଲ ପରି    ନୟନ ଯୁଗଳ

    ଗୋଲାପ ପାଖୁଡା ଓଠ

ଭଲପାଅ ବୋଲି   କହି ଦେଇଗଲ

   ତୁମେ ଗୋ ପଖୋରୀ ତୁଠେ ‌।


ରାଜହଂସୀ ପରି   ଚାଲି ଯେ ତୁମର

     ପାଗଳ କରୁଛି ମୋତେ

କହିବ ଗୋ ଯଦି   ଆକାଶ ରାଇଜୁ

    ଚାନ୍ଦ ତୋଳିଦେବି ହାତେ ।


ନିତି ଦେଖୁଅଛି    ସପନେ ତୁମକୁ

    ଆସି ବସୁଅଛ ପାଖେ

ତୁମ କଥା ସବୁ   କବିତାରେ ଲେଖି

   ହୃଦୟେ ସାଇତି ରଖେ ।


Rate this content
Log in

Similar oriya poem from Romance