Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Tragedy

4.5  

Pranati Panda

Tragedy

ପାଗଳୀ

ପାଗଳୀ

1 min
367



ଭୁଲି ନିଜ ମୋହ ହୋଇ କୋହ ମୋହ

ଚାଲୁଥାଏ ଢ଼ଳି ଢ଼ଳି,

ଥଟ୍ଟା ପରିହାସ କରି ଉପହାସ

ଲୋକେ କୁହନ୍ତି ପାଗଳୀ ।

କପାଳ ତା' ମନ୍ଦ ଦେହ ପୂତି ଗନ୍ଧ

ଲୋକେ ଦେଉଥାନ୍ତି ଗାଳି,

ଦୂର୍ ଦୂର୍ କରି ଠେଙ୍ଗା ବାଡ଼ି ଧରି

ଗୋଡ଼ାନ୍ତି ହୋଇକି ମେଳି।

ପିଲାଏ ମିଳିକି ଚିତ୍କାର କରିକି

ଉପରେ ଫିଙ୍ଗନ୍ତି ଧୂଳି ,

ପୁରା ଗାଆଁ ଯାକ କହେ ଦେଖ ଦେଖ

ହେଇ ଆସିଲା ପାଗଳୀ।

ମଣିଷ ତ ସିଏ ପଶୁ ପରି ହାଏ

କିଛି କହି ପାରେ ନାହିଁ,

କେଜାଣି କାହିଁକି ସଭିଙ୍କୁ ଚାହିଁକି

କାନ୍ଦେ କଇଁ କଇଁ ହୋଇ।

ଲୁହ ଗଡ଼ାଉଛି କିଏସେ ବୁଝୁଛି

ତା'ର ହୃଦ ତଳ ବ୍ୟଥା,

କି' ଭାବେ ପାଗଳୀ ଥିଲା ଅଲିଅଳି

କେ' ଶୁଣିଛି ତା'ର ଗାଥା।

କାହା ଘର ବୋହୂ କେ' ଅବା ନକହୁ

ଜାଣି ଚୁପ୍ ରହିଥାଏ,

ସବୁ କଷ୍ଟ ସହି ଆଖି ଲୁହ ପିଇ

ପାଗଳୀ ଅନେଇ ଥାଏ।

ଦିନେ ଯାହାପାଇଁ ସବୁକିଛି ଦେଇ

ସମର୍ପିଲା ମନ ପ୍ରାଣ,

ଦେଲା ଘଉଡ଼ାଇ ପାଗଳୀ ସଜେଇ

ନଷ୍ଟ କରି ତା' ଜୀବନ।

ଶାଶୁ ଓ ଶଶୁର ସୁଖର ସଂସାର

ପତି, ପିଲା ଦୁଇ ନେଇ,

ଯୁବା ବୟସରେ ଥିଲା ଅୟସରେ

ଲକ୍ଷ୍ମୀପ୍ରିୟା ନାମ ବହି।

ବୟସ ଖସିଲା ପତି ନ, ଚାହିଁଲା

ଆଉ ଏକ ବିଭା ହୋଇ,

ଶାଶୁ ଓ ଶଶୁର କଲେ ମାରଧର

ପିଲାଏ ଦେଲେ ଗୋଡ଼େଇ।

ବରଷା ରାତିରେ ଘୋର ଅନ୍ଧକାରେ

କା'ପୁରୁଷ ହାତେ ପଡ଼ି,

ସେଇ ଅଭାଗିନୀ ହେଲା ଖିନ୍ ଭିନ୍

ଯନ୍ତ୍ରଣାରେ ଗଲା ଗଡ଼ି ।

ଦୁଃଖ, ପ୍ରତାରଣା ଅସହ୍ୟ ଯନ୍ତ୍ରଣା

ସହି ସହି ମାଡ଼ ଗାଳି ,

ସବୁ ଶୁଣି ଶୁଣି ସହି କଟୁବାଣୀ

ନାମ ତା' ଆଜି ପାଗଳୀ ।

ଚିତ୍କାର କରେନି ମାରି ଗୋଡ଼ାଏନି

କହଇ ଏତିକି ଖାଲି,

ନକର ହତାଶ କର ହେ! ବିଶ୍ୱାସ

ପାଗଳୀ ମଣିଷ ବୋଲି ।

     


Rate this content
Log in

Similar oriya poem from Tragedy