STORYMIRROR

Rabindra kumar Sahoo

Abstract Action

4  

Rabindra kumar Sahoo

Abstract Action

ପାଏନା ମୁଁ ଭଲ

ପାଏନା ମୁଁ ଭଲ

1 min
349

  

  ପାଏନା ମୁଁ ଭଲ

     କାହା ପାଦ ଚାଟିବାକୁ

   ପାଏନା ମୁଁ ଭଲ

     ଏ ଦେଶ ସମ୍ପତ୍ତି ଲୁଟିବାକୁ ।


    ପାଏନା ମୁଁ ଭଲ

      କାହାର ତଣ୍ଟି କାଟିବାକୁ

    ପାଏନା ମୁଁ ଭଲ

     ଉଚ୍ଚ ପଦସ୍ଥ ଙ୍କ ଅଇଁଠା ଚାଟିବାକୁ ।


    ପାଏନା ମୁଁ ଭଲ

     ଅନ୍ୟାୟ ଅନୀତି ଦୁର୍ନୀତି ସହ

     ସାଲିସ୍ କରିବାକୁ

     ପାଏନା ମୁଁ ଭଲ

    ବଡ଼ବଡ଼ିଆ ଙ୍କ ମାଲିସ୍ କରିବାକୁ ।


   ପାଏନା ମୁଁ ଭଲ

     ଦେଶ ପରିବେଶର କ୍ଷତି କରିବାକୁ

  ପାଏନା ମୁଁ ଭଲ

     ବିଶ୍ଵ ଜନନୀ ଆଖିରେ ଲୁହ ଭରିବାକୁ ।


  ପାଏନା ମୁଁ ଭଲ

      ହିଂସା ଦ୍ୱେଷ ଈର୍ଷାନ୍ଵିତ

 ଜୀବନ ବଞ୍ଚିବାକୁ

     ପାଏନା ମୁଁ ଭଲ

       ଅଧର୍ମ ବିତ୍ତ ସଞ୍ଚିବାକୁ ।


    ପାଏନା ମୁଁ ଭଲ

     ଜୀବ ଜନ୍ତୁ ଙ୍କର ହତ୍ୟାକୁ

   ପାଏନା ମୁଁ ଭଲ

     ମାତୃ ହତ୍ୟାକାରୀଙ୍କୁ

        ଭୃଣ ହତ୍ୟାକୁ ।


    ପାଏନା ମୁଁ ଭଲ

      ଅସାମାଜିକ ବ୍ୟକ୍ତିଙ୍କୁ

    ପାଏନା ମୁଁ ଭଲ

      ମାତୃଭୂମି ମାତୃଭାଷା 

     ହତ୍ୟାକାରୀ ଶକ୍ତିଙ୍କୁ ।


    ପାଏନା ମୁଁ ଭଲ

      ପୁଞ୍ଜିବାଦକୁ ପୁଞ୍ଜିପତିଙ୍କୁ

    ଭଲ ମୁଁ ପାଏନା

   ଶ୍ରେଣୀ ସଂଘର୍ଷରେ ଲିପ୍ତ ବ୍ୟକ୍ତିଙ୍କୁ ।


    ପାଏନା ମୁଁ ଭଲ

    ଲାଞ୍ଚ ମିଛ ଦଲାଲୀ ଟାଉଟରୀକୁ

     ଭଲ ମୁଁ ପାଏନା

      ଜାତି ଧର୍ମ ନାମେ

    ଶୋଷଣ କଷଣ କାରୀ 

      ଆସନ ଶାସନ ଧାରୀଙ୍କୁ ।  


Rate this content
Log in

Similar oriya poem from Abstract