ପାଦେ ନାହଁ ତମ ଝୁଣ୍ଟିଆ
ପାଦେ ନାହଁ ତମ ଝୁଣ୍ଟିଆ
ସ୍ବାମୀଙ୍କ ହାତ ଧରିବାର
ହୋଇଲା ୨୨ ବର୍ଷ ମୋର
ସୁଖମୟ ଜୀବନ ସହ
ଜଡିତ ଖୁସିର ସଂସାର ।।
ସର୍ବଦା ଅଭିଯୋଗ ମୋର
ତମେ କେତେ ଚୁପ୍ ରହି ପାର
କହିଥାଏ ମଣିଷ ନା ପଥର
ପ୍ରତିଉତ୍ତରେ ତମେ ମୁଣ୍ଡ ଟୁଙ୍ଗାର।।
ଯାହାକିଛି ପରଷି ଦିଅଇ
ଖାଇଥାଅ ମୁଣ୍ଡ ନୁଆଁଇ
କଷା, ପିତା ,ଲୁଣ,ଅଲଣା
ନକରି ବିଚାର ବର୍ଣ୍ଣନା ।।
ବାଛି ନାହଁ କେବେ
ଖାଇବା ଅବା ପିନ୍ଧିବାରେ
ଆନନ୍ଦ ପାଇଥାଅ ତମେ
ବହି ଓ ଖବରକାଗଜ ପଢ଼ିବାରେ।।
ଏତେ ବର୍ଷ ଏକାସହ
ଆମେ ବିତାଇଛୁ ପରସ୍ପର
କେବେ କିନ୍ତୁ କରି ନାହଁ
ପ୍ରଶଂସା ମୋ ରୂପର ।।
ହଠାତ୍ ଯେବେ କହିଲ ତମେ
ପାଦେନାହଁ ତମ ଝୁଣ୍ଟିଆ !
ଶୁଣି ମୁଁ ଚକିତ ହେଲି
ଦିପଦ ସ୍ନେହର ଆହା ।।
ଦୀର୍ଘ ଦିନ ଧରି
ଯିଏ ଥିଲେ ମଉନ
ତାଙ୍କ ମୁଖରୁ ହେଲା
ପ୍ରଷ୍ପୁଟିତ ବଚନ ।।
ପାଉଁଜି ଓ ପିନ୍ଧି ଝୁଣ୍ଟିଆ
ପରଦିନ ମୁଁ ସାଜିଲି
ତମ ଅଫିସ୍ ଫେରିବାର
ଅପେକ୍ଷା ରେ ରହିଲି ।।
ବାଜିବାରୁ ବେଲ୍
ରୁଣୁଝୁଣୁ ଶବ୍ଦେ ଆସିଲି
କିପରି ଦିଶୁଛି ଝୁଣ୍ଟିଆ ମୋ ପାଦେ
ଚାହାଣୀ ରେ କହିଲି ।।