STORYMIRROR

Lata Behera

Abstract

4  

Lata Behera

Abstract

ପାଦ ଧୂଳି

ପାଦ ଧୂଳି

1 min
6


ଭାଗ୍ଯରେ ଥିଲେ ତ ଗୁରୁଜନଙ୍କର

ପାଦ ଧୂଳି ମିଳିଥାଏ

ସେଇ ପାଦ ଧୂଳି କେତେ ଶୁଭାଶିଷ 

ପାଏ ଯିଏ ଜାଣେ ସିଏ ।


ଛୋଟ ବେଳେ ସାଧୁ ସନ୍ନ୍ୟାସୀଙ୍କ ପାଦ

ଗାଆଁ ଦାଣ୍ଡେ ପଡିଥାଏ

ମୁଣ୍ଡିଆ ମାରିଣ ପାଦ ଧୂଳି ପାଇଁ 

ଏଇ ପାଦ ଧାଇଁ ଯାଏ ।


ହାତୀର ପୃଷ୍ଠରେ ମାହୁନ୍ତ ବସିଣ

ଗାଆଁ ଦାଣ୍ଡେ ଯାଉଥାଏ

ହାତୀ ପାଦ ଧୂଳି ନେଇ ଆମ ମନ

ଖୁସିରେ ଯେ ଝୁମିଯାଏ ।


ଦ୍ବାପର ଯୁଗରେ ଶରୀର ପୀଡାରେ

ଶ୍ରୀକୃଷ୍ଣ ଅସୁସ୍ଥ ହେଲେ

ପାଦ ରଜ ଧୂଳି ଲୋଡା ହେଲା ଯେବେ

ଅଷ୍ଟପତ୍ନୀ ନାସ୍ତି କଲେ ।


ଏଇ ଖବରଟି ଗୋପପୁରେ ଯାଇ

ନାରଦ ପ୍ରଚାର କଲେ

ପାଦ ରଜ ଧୂଳି ଗୋପୀମାନେ ଦେଇ

ମଥୁରେ ପ୍ରବେଶ ହେଲେ ।


ପାଦ ଧୂଳିରେ ଯେ ସେନେହ ମମତା

କେତେ ଲୁଚି ରହି ଥାଏ

କେତେ ସେ ପବିତ୍ର ଆରୋଗ୍ଯ ପ୍ରତୀକ 

ଏଥିରୁ ତ ଜଣା ଯାଏ ।


ପାଦ ଧୂଳି ଟିକେ ମଥାରେ ଲାଗିଲେ

କେତେ ଶାନ୍ତି ଲାଗି ଥାଏ

ଯିଏ ପାଦ ଧୂଳି ମଥାରେ ଲଗାଏ

ସେଇ ଭାବ ଜାଣେ ସିଏ ।


ପାଦ ଧୂଳି ଯିଏ ଦେଇ ଥାଏ ସିଏ

ମହାନ ବୋଲାଇ ଥାଏ

ଯିଏ ପାଦ ଧୂଳି ନେଇ ମାଥେ ବୋଳେ

ନା ସେ ଛୋଟ ହେଇ ଯାଏ ।


 ପାଦଧୂଳି ଅଟେ ଆମର ଚଳଣି

ଆମ ପରମ୍ପରା ଇଏ

ଆମରି ସଂସ୍କୃତି ଆମର ସଂସ୍କାର 

ତା ଦେହରେ ରହି ଥାଏ ।


ପାଦଧୂଳି ଯାର ମଥାରେଟି ଥାଏ

ରିଷ୍ଟ ତାର କଟି ଯାଏ

ପରାଜୟ ସ୍ଥାନେ ବିଜୟର ଧ୍ବଜା 

ଟୀକା ପିନ୍ଧି ଥାଏ ସିଏ ।


ଏବେ ଏ ଚଳିଣି ଫିକା ଫିକା ଲାଗେ

ଧୀରେ ଦୂରେଇଣ ଯାଏ

ପାଦଧୂଳି ନେବା ମଥାରେ ବୋଳିବା

ଭୁଲ ନାହିଁ ଆଉ କିଏ ?



Rate this content
Log in

Similar oriya poem from Abstract