STORYMIRROR

KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-14: ତାମା ଦୋରା

ଓଡ଼ିଆ ଜାତିର ଲଢୁଆ ବୀର-14: ତାମା ଦୋରା

1 min
190

କୋଇୟା ସମାଜ ସର୍ଦ୍ଦାର ସାଜିଛି ତାମା ଦୋରାପଦ ପାଇ,

ସିଲେରୁ ଶାବରୀ ସଂଗମ ସ୍ଥଳରେ ଚିନ୍ତାରେ ପଡ଼ିଛି ଶୋଇ |


ଦୂରରୁ ଶୁଭିଲା ବିକଳ କ୍ରନ୍ଦନ ଚମକି ଉଠିଲେ ଦୋରା,

ବୁଝିଗଲେ ନିଜେ ବନଦେବୀ କାନ୍ଦେ ଅତ୍ୟାଚାର କରେ ଗୋରା |


ଗୋରା ଶାସକ ଯେ ବିରାଟ ଅସୁର କେତେ ବଳ ଅବା ତା’ର ?

ପଚାରିଲେ ଦୋରା କହଲୋ ଶାବରୀ ନାହିଁ କି ତା’ ପାଇଁ ତୀର ?


ତାମା ଚାହିଁ ଦେଖେ ଶାବରୀ ଜଳକୁ ସିଲେରୁ ସାଥିରେ ମିଶି,

ଥିରିଥିରି ଜଳ ହେଉଛି ପ୍ରବଳ କାଠଗଡ଼ ଯାଏ ଭାସି |


ଚମକାଇ ତାମା କହିଲେ-‘ଶୁଣରେ ଯେତେ ମୋ କୋଇୟା ଭାଇ,

ଶାବରୀ-ସିଲେରୁ ମିଶିଗଲା ପରି ଲଢିବା ଗୋଟିଏ ହୋଇ |


ଏକତାର ବଳ ହେବନି ବିଫଳ ମରିବ ଅସୁର ପାଜୀ,

ହାତରେ ମଶାଲ ଧନୁ-ତୀର ଧରି ଲଢିକି ମାରିବା ଆଜି |


ଆଜି ନୁହେଁ ଏବେ ଚାଲ ଥାନାପୋଡ଼ି କରିଦେବା ଛାରଖାର,

ଗୋରା ପୁଲିସର ଶୋଷଣ ମାରଣ ସହିବାନି ଅତ୍ୟାଚାର |’


ବାଜିଲା ନିଶାନ ମାତିଲେ କୋଇୟା ଥାନାରେ ଜଳିଲା ନିଆଁ,

ମାଲକାନଗିରି ଥାନା ଛାଡ଼ିଦେଇ ପୁଲିସ ମାରିଲେ ଡିଆଁ |


କଂଗ୍ରେସ ପତାକା ଉଡ଼ିଲା ଉଚ୍ଚରେ କାଲିଯିବେ ମୋଟୁ ଥାନା,

ପାହାଡ଼ ଉପରେ ଗୋରା କୋଲନେଲ ସଜାଇ ରଖିଲେ ସେନା |


ଜୟଧ୍ଵନି ଦେଇ ଚାଲିଲେ କୋଇୟା ଧନୁ-ତୀର ଖଣ୍ଡାଧରି,

ତାମା ବୀରବେଶ ମନରେ ସାହସ ଦିଶେ ମହାକାଳ ପରି |


ପାଖେଇ ଆସୁଛି କୋଇୟା ବାହିନୀ ଯିବାକୁ ଉପାୟ ନାହିଁ,

ବିଦେଶୀ ଫଉଜ ଚଳାଇଲେ ଗୁଳି ପାହାଡ଼ ଉପରୁ ଥାଇ |


ବନ୍ଦୁକ ଆଗରେ କୋଇୟା ବାହିନୀ ଭୂଇଁରେ ପଡ଼ିଲେ ଢଳି,

ସ୍ଵାଧୀନତା ପଥେ ତାମା ଦୋରା ତ୍ୟାଗ ପାରିବା କି ଆମେ ଭୁଲି !



Rate this content
Log in

Similar oriya poem from Tragedy