ଓଡ଼ିଶା
ଓଡ଼ିଶା
ଓଡ଼ିଶା ରାଜ୍ୟର କଟକ ଜିଲ୍ଲାରେ
ଦର୍ଶନୀୟ ସ୍ଥାନ ଏହି
ବାରବାଟୀ ଦୁର୍ଗ କାଠଯୋଡ଼ି ବନ୍ଧ
ଉଚ୍ଚ ନ୍ୟାୟାଳୟ ଥାଇ
ଆକାଶବାଣୀଟି ହାଇ
ରେଭେନ୍ସା ସହିତ ରୂପା ତାରକସି
ଓଡ଼ିଶାର ଟେକ ଏହି।
ଖୋର୍ଦ୍ଧାରେ ରହିଛି ସ୍ଵାଧୀନ ହିଁ ଦୁର୍ଗ
ବରୁଣେଇ ପାହାଡ଼କୁ
ଜାଇ ପଦରକୁ ଅଟ୍ରୀ ପ୍ରସ୍ରବଣ
ଦେଖାଏ ଛାତି ସଭିଁଙ୍କୁ
ଦେଖ ସଂଗ୍ରହାଳୟଟିକୁ
ନନ୍ଦନକାନନ ଓ ବିମାନଘାଟି
ଲିଙ୍ଗରାଜ ମନ୍ଦିରକୁ।
ଓଡ଼ିଶା ରାଜ୍ୟର ଗଞ୍ଜାମରେ ଅଛି
ଗୋପାଳପୁର ବନ୍ଦର
ପୁରୀରେ ଅଛନ୍ତି ପ୍ରଭୁ ଜଗନ୍ନାଥ
କୋଣାର୍କ ସୂର୍ଯ୍ୟମନ୍ଦିର
ଚିଲିକା ପକ୍ଷୀ ବିହାର
ଯାଜପୁରଠାରେ ବିରଜା ମନ୍ଦିର
ଗୁପ୍ତଗଙ୍ଗା ନଦୀ ନୀର l
ସମ୍ବଲପୁରରେ ମାଆ ସମଲେଇ
ମହାନଦୀକୂଳ ପୁରେ
ମଠା ଟସର ସମ୍ବଲପୁରୀ ଶାଢ଼ୀ
କିଣିନିଅ ଯାଇ ଥରେ
ଇସ୍ପାତ କାରଖାନାରେ
ସୁନ୍ଦରଗଡରେ ଶୋଭା ପାଉଛନ୍ତି
ହନୁମାନ ବାଟିକାରେ।
ଶିମିଳିପାଳର ଜୈବମଣ୍ଡଳକୁ
କିଏ ବା ନ ଜାଣେ କୁହ
ମୂୟୁରଭଞ୍ଜର କିଚକେଶ୍ୱରୀ ହିଁ
ଦେଖିଲେ ଝରଇ ଲୁହ
ପାରାଦ୍ଵୀପ ଚହଚହ
ବିଶ୍ୱକୁ କରୁଛି କାବୁ ତ ନିଶ୍ଚୟ
ଦେଖିଲେ ଅଟକି ରୁହ।
ଚାନ୍ଦିପୁରଠାରେ ଗୋଳାବାରୁଦର
କ୍ଷେପଣାସ୍ତ୍ର ଘାଟି ଅଛି
ବାଲେଶ୍ଵର ଜିଲ୍ଲା କ୍ଷୀରଚୋରା ଗୋପୀ
ଦେଇଛି ଓଡ଼ିଶା ବାଛି
କେନ୍ଦୁଝର ଜିଲ୍ଲା ଘଟଗାଁ ପୀଠରେ
ତାରିଣୀ ଚାହିଁ ବସିଛି
ଓଡ଼ିଶା ପ୍ରସିଦ୍ଧ କିଛି
ଲେଖିଲି ଭାବିକି ଭୁଲଥିଲେ ଭାଇ
ସୁଧାରି ନେବ ଭାବୁଛି।
ହରିଶଙ୍କରକୁ ନୃସିଂହନାଥ ହିଁ
ବଲାଙ୍ଗୀର ଜିଲ୍ଲା ପାଇଁ
ଫୁଲିଝରଣକୁ ଦେଖିବା ପାଇକି
କଳାହାଣ୍ଡି ଠିଆ ହୋଇ
ହିଲିଁ ଡଙ୍ଗର କୀର୍ତ୍ତି ଇ
ନବରଙ୍ଗପୁର ସଗର୍ବେ ଦେଖାଏ
ବୁଲିଯିବା ସାଙ୍ଗହୋଇ ।
