STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଓଡ଼ିଶା ରାଇଜ

ଓଡ଼ିଶା ରାଇଜ

1 min
250


ଓଡ଼ିଶା ରାଇଜ ସ୍ଵତନ୍ତ୍ରତା ପାଇ

     ଉତ୍କୃଷ୍ଟ କଳାରେ ଖ୍ୟାତ

ଶାନ୍ତି ଅହିଂସାର ପ୍ରତୀକ ସ୍ୱରୂପ

     ଜଗତେ ରଖିଛି ଟେକ।

ଜଗନ୍ନାଥ ଆମ କୁଳର ଦେବତା

     ବିଶ୍ୱପିତା ଚିନ୍ତାମଣି

ଓଡ଼ିଆ ବୋଲିତ ଛାତି ହୁଏ ମୋଟ

     ପ୍ରତିଟି ହୃଦୟ ମଣି।

କୋଣାରକ ମୂର୍ତ୍ତି କଳା କୌଶଳ 

     ସପ୍ତ ଆଶ୍ଚର୍ଯ୍ୟରେ ଗଣା

ଓଡ଼ିଆ ଶିଳ୍ପୀର ଜ୍ଞାନ ସାକ୍ଷାତରେ 

      ହୋଇଯାଏ ବୁଦ୍ଧି ବଣା।

କି ସୁନ୍ଦର ଭାଷା ପ୍ରକୃତି ଚିତ୍ରଣ 

      ଅତୁଳନୀୟ ଏ ଭବେ

ନଦୀ ମହାନଦୀ ବଙ୍ଗପୋସାଗର 

      କାବ୍ୟ କୃତି ବଇଭବେ।

ବିଚ୍ଛିନ୍ନ ଓଡ଼ିଶା ଯୋଡ଼ି ହୋଇଥିଲା

      ତଥାପି ଯେ ଅସମ୍ପୂର୍ଣ୍ଣ

ଆଜିର ଦିନରେ ମନେପଡେ ସବୁ

      କେତେ ତ୍ୟାଗ ବଳିଦାନ ।

ସ୍ମରଣେ ଆଣୁଛୁ ଗୋପ କୃଷ୍ଣ ମଧୁ

      କେତେ ରଥି ମହାରଥୀ

ଜାତୀୟ ଚେତନା ସ୍ରୋତେ ଭାସିଥିଲେ

       ଜଗନ୍ନାଥ ଯେ ସାରଥୀ ।

ନୀଳାଚଳ ନେତ ଉଡ଼ାଉଛି ଯା'ର 

       ଭାଇଚାରାର ସଂସ୍କୃତି

ଯାହାର ପ୍ରସାଦ ସେବନରେ କିଛି

      ନାହିଁ ଭେଦ ଅବା ଜାତି।

ଓଡ଼ିଶୀ ସଙ୍ଗୀତ ଛାନ୍ଦ ଚମ୍ପୁ ମାନ

      ଭୂଲାଇଛି ସବୁ ମନ

ସାହିତ୍ୟ ସର୍ଜନା ଅପୂର୍ବ ଆନନ୍ଦ 

     ବଢ଼ାଇଛି ଆମ ମାନ।

ହେ ଓଡ଼ିଆ ଭାଇ ଯେଉଁଠି ଥାଅନା

      ସଦର୍ପେ କହିବ ଥରେ

ଆମେରେ ଓଡ଼ିଆ ଆମେ ଓଡ଼ିଶାର

      ଭାରତ ମାଆର ପରେ।



Rate this content
Log in

Similar oriya poem from Action