STORYMIRROR

Kalpana Kumari Pradhan

Tragedy

4  

Kalpana Kumari Pradhan

Tragedy

ନୟନ ବାରି

ନୟନ ବାରି

1 min
266

ଝରଝର ହୋଇ ଝରି ଯିବାପାଇଁ

   ହୋଇନାହିଁ ତୋର ଜନମ 

ମୋ ପାଇଁ ତୁହି ଅମୂଲ୍ୟ ରତନ

   ଭିଜେଇବା ତୋର କରମ l


କେବେ ଭିଜୁଥାଏ ନୟନ ଯୁଗଳ

   ଭିଜୁଥାଏ କେବେ ପଣତ

ପୁଣି ବତୁରାଏ ମନକୁ ମୋର

   ହଜିଯାଏ ଓଠ ତଳେ ତ l


ଜୀବନ ଚକ୍ରର ବନ୍ଧୁର ପଥରେ

    ହୋଇଛି କେତେ କ୍ଷତାକ୍ତ l

ତଥାପି ସାଇତା ମନ ସିନ୍ଧୁକରେ

    କରିନାହିଁ ତତେ ମୁକ୍ତ l


ମର୍ଯ୍ୟାଦା ତୋର ସ୍ୱାଭିମାନ ମୋର

   କାତରେ ନ ଯାଅ ବହି l

ମରମେ ସାଇତା ଗୋପନ ବାରତା

   ତୋ ଆଗେ ଦେବି କହି l


ଅନାୟାସେ ତୁହି ବହିଗଲେ ଥରେ

   ମନକୁ ମୋହର ବାଧେ l

ନୟନ ବାରି ସେ ଅତି ଆପଣାର

   ବନ୍ଧୁଟିଏ ବନ୍ଧୁ ମଧ୍ୟେ l


କୁସୁମ ସଦୃଶ ଝରୁଥାଅ ସଦା

   ମନ ଦେବତାଙ୍କ ପାସେ

ପୟର ଯୁଗଳ ଧୌତ କରୁଥାଉ

  ତୋହରି କୋମଳ ପରସେ l


ସ୍ୱଚ୍ଛ ନିର୍ମଳ ଜଳ ବିନ୍ଦୁ

   ବହେ ବେଦନା ସିନ୍ଧୁ l

 ନୟନ କୋଣରୁ ଝରି ଆସୁଥିବା

   ମନର ଦରଦୀ ବନ୍ଧୁ l



Rate this content
Log in

Similar oriya poem from Tragedy