ନୂତନ ସକାଳ
ନୂତନ ସକାଳ


ଆସିଛିରେ ଭାଇ ଆସିଛି ,
ନୂତନ ସକାଳ ଆସିଛି ।
ନୂତନ ସୁରୁଜ କିରଣ ,
ମନେ ଭରଇ ଜାଗରଣ ।
ସ୍ବାଗତ କରିବା ଆସରେ ,
ନୂଆ ସକାଳକୁ ହସରେ ।
ହସି ହସାଇବା ସଭିଙ୍କୁ ,
ଜିତିବା ସବୁ ବିପଦକୁ ।
ହାତରେ ହାତକୁ ମିଶାଇ ,
ଚଳିଯିବା ଦିନ ବିତାଇ ।
ମନ ମନ ଯେବେ ମିଶିବ ,
ହୃଦୟରେ ପ୍ରେମ ବଢିବ ।
ପ୍ରେମ ବାଣ୍ଟି ବାଣ୍ଟି ଚିଲିବା ,
ଆଗକୁ ଧୀରେସେ ବଢିବା ।
ହାତେ ହାତ ଧରି ଚାଲିବା ,
ଜୀବନ ପଥ ଆଗେଇବା ।