STORYMIRROR

Gobinda Chandra Sethi

Abstract Inspirational

4  

Gobinda Chandra Sethi

Abstract Inspirational

ନୂତନ ଆରମ୍ଭ (ଲଘୁ କବିତା-୬)

ନୂତନ ଆରମ୍ଭ (ଲଘୁ କବିତା-୬)

1 min
11


ଶୁଣଲୋ ସଜନୀ କହୁଛି କଥା 

       ଜୀବନେ ଆନନ୍ଦ ହଟିବ ବ୍ୟଥା।

ନୂତନ ସୂରଜ ଆସିଛି ଉଇଁ

      ହୃଦୟ ଆମର ଦେବ ସେ ଛୁଇଁ ।

ଦେଇଛି ବେଦନା ପୁରୁଣା ଦିନ

    ଚିନ୍ତନି କେବେ ସେ ଦୁର୍ଭାଗ୍ୟ ହୀନ ।

ଅତୀତ ଦୁଆର ହୋଇଛି ବନ୍ଦ

        ଚାଲି ଯାଇଅଛି ସେ ପ୍ରତିବନ୍ଧ।

ଉତ୍ଥାନ ପତନ ଅଛି ଜୀବନେ

     ଶିକ୍ଷା ଦେଉଥାଏ ସେ ପ୍ରତୀକ୍ଷଣେ।

ସ୍ବପ୍ନ ରାଇଜର ସନ୍ଧାନ ନେବା

       ବିପଦ ସଂକେତ ଦୂର କରିବା।

ପ୍ରତିବନ୍ଧ ଦ୍ୱାର ଆପେ ଖୋଲିବ   

        ନୂତନ ଆରମ୍ଭ ହସି ଆସିବ।

ରଚିଦେବା ଆମେ ନୂଆ କାହାଣୀ

       ହଜିଯିବ ଆମ ପୂର୍ବ ଭାଳେଣି।



Rate this content
Log in

Similar oriya poem from Abstract