ନୂଆଯୁଗର ପିଲା
ନୂଆଯୁଗର ପିଲା


#ସିଧାକଥା-୨୪
ମିଛ କହିବାକୁ ଭଲ ଲାଗେ ମୋତେ ସତ କହିବାକୁ ଡରୁଛି ,
ଜିଅନ୍ତା ଷଣ୍ଢକୁ ପିଟିପିଟି ତଡ଼େ ପଥରକୁ ପୂଜା କରୁଛି ।
ମାଗଣା ଦରବ ନେବାକୁ ବିକଳ ଖଟିବାକୁ ମନ ହେଉନି,
ପର ଚିଜ ସବୁ ବଢିଆ ଲାଗୁଛି ଘର ତରକାରୀ ଖାଉନି ।
ଚନ୍ଦ୍ର ସୂର୍ଯ୍ୟ ତାରା ମାଟି ପାଣି କଥା ମନରୁ ତ ଭୁଲି ଯାଇଛି,
ବାପା-ମାଆ ଗୁରୁ ଗୁରୁଜନମାନେ ବଞ୍ଚିଥାଉ ନାହିଁ କହୁଛୁ ।
ପୂର୍ବ ପରମ୍ପରା ବାଜେକଥା କହି ହସରେ ଉଡ଼େଇ ଦେଉଛୁ,
ବାହା ବେଳେ ନିଜେ ନାଚ ବାଲୀହେଇ ବରକୁ ନଚେଇ ନେଉଛୁ ।
ବୋତଲ ନ ଥିଲେ କିଛି ହୁଏନାହିଁ ମଡ଼ା ବି ଗାଆଁରୁ ଉଠେନା,
ଗାଡ଼ି-ଘୋଡ଼ା କିଛି ଆସୁଥିଲେ ଦେଖି ବାଟରୁ ଟିକିଏ ହଟୁନା ।