STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ନୂଆଁଖାଇ ଭେଟଘାଟ

ନୂଆଁଖାଇ ଭେଟଘାଟ

1 min
2


ସାମୁହିକ ଖୁସି ପାଳନର ପର୍ବ

ଧାନ ଅମଳର ପରେ

ଉତ୍କଳ ପ୍ରଦେଶେ ପଶ୍ଚିମାଞ୍ଚଳରେ

ପର୍ବ ପରମ୍ପରା ଧାରେ

ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀରେ

ନୂଆଁଖାଇ ନାମେ ପର୍ବ

ଅନ୍ୟ ଅର୍ଥେ ଏହା ଗଣେଶ ଚତୁର୍ଥୀ

ପରଦିନ ହିଁ ସମ୍ଭବ

ଇଷ୍ଟ ଦେବୀ ପ୍ରତି ହୁଏ ସମର୍ପଣ

ଅମଳକ୍ଷମ ସେ ଧାନ 

ପରେ ନୂଆଁଖାଇ ପର୍ବ ବି ପାଳନ

ସାଥେ ନବାନ୍ନ ଭକ୍ଷଣ

ଲଗନ ବା ତିଥି ହୁଅଇ ନିର୍ଣ୍ଣୟ

ନୂଆଁଖାଇ ପର୍ବ ଧାରେ

ସାମୁହିକ ଭାବେ ନୂଆଁଖାଇ ପର୍ବ

ଆଡମ୍ବର ସହକାରେ ।


ନବାନ୍ନ ନାମରେ ଖିରି ବି ପ୍ରସ୍ତୁତ

ଅକାଣ୍ଡିଆ ଚାଉଳରେ

ଆରାଧନା ପାଇଁ ଭୋଗ ଓ ନୈବେଦ୍ୟ

ଆରିସା ପିଠା ଆକାରେ 

ଇଷ୍ଟଦେବୀ, ଗ୍ରାମ-ଦେବୀ ଓ ଦେବତା

ପ୍ରତି ନୈବେଦ୍ୟ ଅର୍ପଣ 

ପୁର୍ବଜ ମାନଙ୍କୁ ନବାନ୍ନ ଅର୍ପଣ

ନୂଆଁଖାଇ ର ବିଧାନ

ପରିବାର ମୁଖ୍ୟ ବା ବୟସ୍କ ବ୍ୟକ୍ତି

ବାଣ୍ଟି ଦିଅନ୍ତି ନବାନ୍ନ 

ଅନ୍ୟ ସଦସ୍ୟଙ୍କ ଭୂମିଷ୍ଠ ପ୍ରଣାମ

ଗୁରୁଜନଙ୍କୁ ସମ୍ମାନ

ସଭିଏଁ ଏକାଠି ଭୋଜନ ପ୍ରାୟତଃ

ନୂଆଁଖାଇ ଆକର୍ଷଣ

ସ୍ନେହ ପ୍ରେମ ସହ ସମ୍ପର୍କର ସେତୁ

ସୁଦୃଢ଼ ହୁଅଇ ପୁଣ

ଭେଦ ଭାବ ଭୁଲି ସଭିଏଁ ଏକାଠି

ଘରେ,ଗ୍ରାମ ଓ ପଡ଼ାରେ

ପରଷ୍ପର ପ୍ରତି ଆନ୍ତରିକ ଭାବ

ବିଶେଷତା ଏ ପର୍ବରେ

ନବାନ୍ନ ଭକ୍ଷଣ ପରେ 'ଭେଟଘାଟ '

କ୍ରମେ ହୁଅଇ ବ୍ୟାପକ

ଗ୍ରାମ ଦେବତୀ ବା ଭାଗବତ ଟୁଙ୍ଗି

ଦର୍ଶନ ବି ସାମୁହିକ ।


ପର୍ବ ପୁଣି ନୂଆଁଖାଇ ପରଦିନ

'ନୂଆଁଖାଇ ବାସି ' ନାମେ

ବଳକା ନବାନ୍ନ ଆଉ ଖିରି ପିଠା 

ମାଂସ ମିଶି ରନ୍ଧା କ୍ରମେ

' ନୂଆଁଖାଇ ବାସି ' ପରଦିନ ପୁଣି

ହୁଏ ' ତିଆସି ' ପାଳନ

ମାଂସ ମଦ ଖିଆ ପିଆ ସହିତରେ

ଖେଳ କୁଦ ଆୟୋଜନ

ନୂଆଁଖାଇ ପର୍ବ ପଶ୍ଚିମାଞ୍ଚଳରେ

ଆଡମ୍ବର ସହକାରେ

ଭିଟାମାଟି ହେଉ ଅବା ବିଦେଶରେ

ନବାନ୍ନ ସଭିଙ୍କ ଘରେ

ପରମ୍ପରା ଆଧାରିତ ନୂଆଁଖାଇ

ପର୍ବ ଧାରେ ଭାଇଚାରା 

ବଜାୟ ରହିଛି ଉତ୍କଳ ପ୍ରଦେଶେ 

ନୂଆଁଖାଇ ହିଁ ନିଆରା ।।


Rate this content
Log in

Similar oriya poem from Abstract