STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ନୂଆଖାଇ

ନୂଆଖାଇ

1 min
10


ଆସୁଛି ଭେଟଘାଟ କାଲି
ଆସ ଯିବା ଗାଁ ବୁଲି
ଜୁହାର କରିବା ବୁଲି ବୁଲି
ସମଲେଶ୍ବରୀ ମନ୍ଦିର ଖୋଲି
ମାଆ ହସୁଥିବ ଖାଲି
ସମସ୍ତେ ଭଲ ଥାଅ ବୋଲି
କହିବ ମାଆ ହସି ଖିଲି ଖିଲି
ମାଆ ର ସିନ୍ଦୁର ଶଙ୍ଖା ଶାଢ଼ୀ ନାଲି
ଅଳତା ରଙ୍ଗ ପଣତ ସୁନେଲି
ସକାଳ ଖିଆ ପିଆ ବୁଲାବୁଲି
ରାତିକୁ ନଵାହ୍ନ ପତରେ ବାସ୍ନା
ମେଣ୍ଟିବ ବର୍ଷକର ତୃଷ୍ନା
ହସି ଗାଇ ନାଚିବା ଫୁଲି ଫୁଲି
ରଙ୍ଗ ବେରଙ୍ଗ ପାନ ନାଲି
ଖାଇ ଖଣ୍ଡେ ଦେବା ଅନ୍ୟ ତୁଣ୍ଡେ
ହସ ଝରିବ ମଖମଲ୍ଲୀ
ଝିଲି ମିଲି ଗାଗୁଲି ଚଗଲି
ବେଣୀ ରେ ଗଜରା ଫୁଲ
ଫୁଲର ଫରୁଆ ଯିବ ଚହଲି
ନାଲି ନାଲି ଦେଖ ସବୁ ନାଲି
ମାଆ ସମଲେଇ ସମ୍ବଲପୁରୀ
ପାଟ ନାଲି ମାଆ ଓଠ ନାଲି
ହସେ ଖିଲଖିଲି ଆଶୀର୍ବାଦ 
 ଢାଳି କୋଳାକୋଳି ମେଳି ବୋଲି
ମାଟି ମଣିଷ ଦେବୀ ଦେବଙ୍କ ମିଳନ 
ବଜାଇ ତାଳି ଦେବା ହୁଳହୁଳି 
ଗଣପର୍ବ ନୂଆଖାଇ ବରଷକେ 
ଘରେ ଥରେ ଆସିଛି ଚାଲି ବୁଲି


Rate this content
Log in

Similar oriya poem from Classics