STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନୂଆ ଶିକ୍ଷାମନ୍ତ୍ରୀଙ୍କୁ ଚିଠି

ନୂଆ ଶିକ୍ଷାମନ୍ତ୍ରୀଙ୍କୁ ଚିଠି

1 min
168


ନୂଆ ଶିକ୍ଷା ମନ୍ତ୍ରୀ ପାଶରେ ବିନତୀ

ମିଳୁଟି ଭାଷା ଗୌରବ

ପୂର୍ଣ୍ଣ ହେଉ ଇଚ୍ଛା ବିଚ୍ଛନ୍ନାଞ୍ଚଳର

ମିଳୁଟି ଶିକ୍ଷା ଗୌରବ।୧।


ଓଡ଼ିଆ ବହି ନ ମିଳେ ଏଠାରେ

ବହିର ନାହିଁ ମୁଦ୍ରଣ,

କି ପରି ପଢିବେ ଓଡ଼ିଆ ଭାଷାରେ

ବିଚଳିତ ହୁଏ ପ୍ରାଣ।୨।


ନାହାଁନ୍ତି ଶିକ୍ଷକ ଓଡ଼ିଆ କ୍ଷେତ୍ରରେ

ଭାଷା ପ୍ରତି ଧ୍ୟାନ ନାହିଁ,

ଅନ୍ଧ ରାଜ୍ୟ ପରି ଶାସନ ଏଠାର

ମାତୃଭାଷା ଧ୍ୟାନ ନାହିଁ।୩।


ଅଟେ ସିଂହଭୂମି ଉତ୍କଳୁ ବିଚ୍ଛିନ୍ନା

ଓଡ଼ିଆଙ୍କ ଭୂମି ଏହୁ,

ଓଡ଼ିଆ ସଂସ୍କୃତି ଯା ଦେହେ ବଳିଛି

ହୀନିମାନ ଆଜି ଏହୁ।୪।


ତିନି ଜିଲ୍ଲା ଏବେ ସିଂହଭୂମି ହେଲା

ନ ମିଳେ ଭାଷା ଆଦର,

ଭାଷା ଶୂନ୍ୟ ଏବେ ଅଛନ୍ତି ଓଡିଆ

ଧ୍ୟାନ ପଡୁ ମନ୍ତ୍ରୀଙ୍କର।୫।


ଓଡ଼ିଆ ରେ ଶିକ୍ଷା ମିଳୁ ଆମ ଭୂମି

ଭାଷାର ମିଳୁ ଆଦର,

ଓଡ଼ିଆ ବହିର ମୁଦ୍ରଣ ହିଁ ହେଉ

ଶିକ୍ଷକ ମିଳୁ ଭାଷାର।୬।


ପ୍ରାର୍ଥନାଟି ଏହୁ ବିଚ୍ଛିନ୍ନା ଭୂମିର

ଭାଷାପୂର୍ଣ୍ଣ କର ଭୂମି,

ଓଡ଼ିଆରେ ଶିକ୍ଷା ପାଉ ଏହୁ ଭୂମି

ଧ୍ୟାନେ ପଡୁ ଏହୁ ଭୂମି।୭।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ବିଚ୍ଛନ୍ନାଚଳ ରୁ ଆମ୍ଭ,

ଶିକ୍ଷା ମନ୍ତ୍ରୀ ରୂପେ ଗୌରବମୟଟି

ଶିକ୍ଷାନୀତି ହେଉ ସ୍ତମ୍ଭ।୮।


ମିଳୁ ସବୁ କ୍ଷେତ୍ରେ ମାତୃଭାଷା ଶିକ୍ଷା

ଜନଜନ ଇଚ୍ଛା ତହିଁ,

ସେହୁ ଇଚ୍ଛା ଆମ୍ଭ ପୂରଣ କରହେ

ଇଚ୍ଛା ରହି ଅଛି ତହିଁ।୯।


ନୂଆ ଶିକ୍ଷା ମନ୍ତ୍ରୀ ପାଶରେ ବିନତୀ

ମିଳୁଟି ଭାଷା ଗୌରବ,

ପୂର୍ଣ୍ଣ ହେଉ ଇଚ୍ଛା ବିଚ୍ଛନ୍ନାଚଳର

ମିଳୁଟି ଶିକ୍ଷା ଗୌରବ।୧୦।




Rate this content
Log in

Similar oriya poem from Abstract