STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ନୂଆ ଏ ଭାରତ

ନୂଆ ଏ ଭାରତ

1 min
337

ଅମୃତ କାଳରେ ସାଜିଛି ଭାରତ

   ନୂଆ ଏ ଭାରତ ପରା,

ଅଛନ୍ତି ମହିଳା ରାଷ୍ଟ୍ରେ ସବୁ କ୍ଷେତ୍ରେ

   ଗୌରବ ଦିଅନ୍ତି ସାରା।

              ରାଷ୍ଟ୍ରପତି ମହିଳା

            ନାରୀ ଅର୍ଥମନ୍ତ୍ରୀରେ ପରା।


ସୈନିକ ସ୍କୁଲେ ପଢନ୍ତୁ ବାଳିକା

   ଉତ୍ସାହିତ ଯହିଁ ସାରା,

କରନ୍ତୁ ସୁରକ୍ଷା ସାଜି ଶକ୍ତିରୂପା

   ଭୟେ କମ୍ପେ ଶତ୍ରୁ ପରା।

             ଧର୍ଯ୍ୟ ଶକ୍ତିରେ ମହିଳା,

            ଶକ୍ତି ଗୁଞ୍ଜୁଛି ବ୍ରହ୍ମାଣ୍ଡ ସାରା।


ଖେଳ କ୍ଷେତ୍ରେ ଆଜି ଅବା ଅଲିମ୍ପିକ୍ସ

   ମହିଳା ତହିଁ ଆଗୁଆ,

ଗର୍ବିତ କରନ୍ତି  ରାମଙ୍କ ରାଷ୍ଟ୍ରକୁ

  ଶିକ୍ଷଣ କ୍ଷେତ୍ରେ ବଢିଆ।

             ମହିଳା ଭାଗିଦାର 

           ସମାନ ଏବେ ହୋଇଛି ଯାର।


ଗର୍ବିତ କରନ୍ତି ମହିଳା ଆଜିର

  ନାରୀ ଲକ୍ଷ୍ମୀବାଇ ପରି,

ନୂଆ ଇତିହାସ ଲେଖନ୍ତି ପରାରେ

  ରୂପ ଶକ୍ତିରୂପା ଧରି।

             ମାତୃ ରୂପାରେ ନାରୀ,

            ନାହିଁ ପଟାନ୍ତର ମାତାର ପରି।


ନାରୀ ପରା ଝିଅ ଜନନୀ ଆମର

  କିଏ ହେବ ତାର ପରି,

ତାର ଶକ୍ତି ବଳୁ ସମ୍ଭବ ସବୁରେ

  ରହିଛି ମମତା ଭରି।

              କର୍ତ୍ତବ୍ୟ ଟି ଆମର,

             କରିବା ଭକ୍ତି ତାଙ୍କୁ ଆଦର।


Rate this content
Log in

Similar oriya poem from Abstract