Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Tragedy Action Classics

4  

Kabiratna Nutan Kumar Behera

Tragedy Action Classics

ନୂଆ ବରଷରେ ନୂଆ କ'ଣ

ନୂଆ ବରଷରେ ନୂଆ କ'ଣ

1 min
4


ନୂଆ ବରଷରେ ନୂଆ କ'ଣ

ଦୃଶ୍ୟ ଯେତେ ପ୍ରକୃତିର ସେ ତ ପୂର୍ବବତ୍

ଆକାଶ ସେମିତି ନୀଳ ନୀଳିମାମୟ

ଭସା ବାଦଲ ନ ବରଷି ହୁଏ ଉଭାନ

ସମୁଦ୍ର ତ ସେମିତି ଫୁଲୁଛି

ନାଚି ନାଚି ଆସେ ଆଶାର ଲହରୀ

କାନ୍ଦି କାନ୍ଦି ମୁଣ୍ଡ ପିଟେ ବେଳାଭୂମିରେ

ଧୂସର ବାଲିର ବାଲିଘର ଭାଙ୍ଗିଯାଏ 

କେବେ ପୁଣି ମାଡ଼ି ଆସେ ସୁନାମି ନେଇ

ଉଠେ ଗର୍ଭରେ ତାର ଘୂର୍ଣ୍ଣବଳୟ

ସୃଷ୍ଟିହୁଏ ଲଘୁଚାପ ଆସେ ଝଡ଼ ବାତ୍ୟା

ବଢ଼େ ହୃଦ୍ ସ୍ପନ୍ଦନ ଆତଙ୍କିତ ଜୀବନ

ସେଇ ଦୁଃଖ ଯନ୍ତ୍ରଣାର ଦୁର୍ଦ୍ଦିନ

ନୂଆ ବରଷରେ ନୂଆ କ'ଣ

ପାଞ୍ଜିର ଗଣନା ଅନୁଯାୟୀ ଦିନ ମାସ ବର୍ଷ

ବଦଳେ ନିର୍ଦ୍ଧାରିତ ତାରିଖର ସଂଖାରେ 

ଗତକାଲି ଆଉ ଆଜି ପରି ତ ନୂଆ ବରଷର ଦିନ

ଫରକ୍ ତିନି ଶହ ପଞ୍ଚଷଠି ଦିନର ବ୍ୟବଧାନ

ହିସାବ କରି ରଖିବାକୁ ବୟସ

ଯିଏ ଅଛି ଖୁସିରେ ପାଳୁଛି ଆନନ୍ଦରେ

ଆଖିରୁ ଝରୁଛି ଯା'ର ଅସରା ଲୁହ

ହୃଦୟରେ ଚାପି କୋହ ହେଉଛି ନିଷ୍ପେସିତ 

ସହଯୋଗର ହାତ କରେ ହରକତ

ଉଠାଏ ଶାଣ ଦିଆ ଧାରୁଆ ହତିଆର 

ସଂପର୍କରେ ପଡ଼େ ଫାଟ ହୁଏ ଯୁକ୍ତି ତର୍କ

ଦୂରେଇ ଯା'ନ୍ତି ଭରସା ବିଶ୍ଵାସ

କାର୍ଯ୍ୟର କାରଣ ସବୁ ହୁଏ ଅକାରଣ 

ନୂଆ ବରଷରେ ନୂଆ କ'ଣ

ବର୍ତ୍ତମାନକୁ ଛୁଉଁଥିବା ପ୍ରତିଟି ମୁହୂର୍ତ୍ତ ନୂଆ

ମନ ମାନି ନିଏ ଥିଲେ ଅମ୍ଳାନ

ପ୍ରେରଣା ଦେଇ କରୁଥାଏ ଆହ୍ଵାନ

ସଭ୍ୟତାର କ୍ରମବିକାଶ ହିଁ ତ ଜୀବନ

ଯା' ନୁହେଁ ମଙ୍ଗଳକାରୀ

ଲୋଡ଼ା ହୋଇଥାଏ ତା'ର ପରିବର୍ତ୍ତନ

ସତ୍ୟାଲୋକର ପ୍ରକାଶ ଦେଖାଏ ନୂଆ ରାହା

ଦୂର କରି ଦେଇଥାଏ ସଂକଟ 

ଭୁଲିଗଲେ ମନରୁ ତୁଚ୍ଛ ଆଶା ହୀନ ସ୍ଵାର୍ଥକୁ  

ପ୍ରତିଷ୍ଠିତ ହୁଏ ଶାନ୍ତି ମୈତ୍ରୀ ପ୍ରୀତି

ପ୍ରାଣକୁ ଛୁଏଁ ସବୁ ଲାଗେ ନୂଆ ନୂଆ

ଦୃଢ଼ ସଂକଳ୍ପ ନେଇ ଆଣେ ନବ ଜାଗରଣ

ସେ ପ୍ରାଞ୍ଜଳରେ ବୁଝାଇ ଦେଇଥାଏ

ନୂଆ ବରଷରେ ନୂଆ କ'ଣ ।


Rate this content
Log in

Similar oriya poem from Tragedy