STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ନୁହେଁ ଏ କାଗଜ ଡ଼ଙ୍ଗା

ନୁହେଁ ଏ କାଗଜ ଡ଼ଙ୍ଗା

1 min
341


ରାଷ୍ଟ୍ରୀୟ ଉତ୍ସବ    ପାଳିତ ରାଷ୍ଟ୍ରରେ

    ତ୍ରିରଙ୍ଗା ରେ ଅଭିମାନ,

ଘର ଘରେ ଆଜି   ତ୍ରିରଙ୍ଗା ଉଡୁଛି

    ଶୁଭୁଛି ରାଷ୍ଟ୍ରୀୟ ଗାନ।


ନୁହେଁ ଟି ଏହୁରେ   କାଗଜର ଡ଼ଙ୍ଗା

    ବାଳକଙ୍କ ବର୍ଷା ଖେଳ,

ଅଟେ ପରା ଏହୁ   ରାଷ୍ଟ୍ରୀୟ ତ୍ରିରଙ୍ଗା

    ଶହୀଦଙ୍କ ତ୍ୟାଗ ବଳ।


ତାଙ୍କ ତ୍ୟାଗ ବଳୁ   ଭାରତ ସ୍ଵତନ୍ତ୍ର

    ତ୍ରିରଙ୍ଗା ରାଷ୍ଟ୍ରୀୟ ଚିହ୍ନ,

ଏହୁ ଚିହ୍ନ ଅଟେ    ସର୍ବୋଚ୍ଚ ଆମର

    ଅଟେ ଗର୍ବ ଆଭିମାନ।


କର୍ତ୍ତବ୍ୟ ଆମର    ସୁରକ୍ଷା ତାହାର

    ଏକତ୍ରିତ ଚିହ୍ନ ଏହୁ,

ହୋଇ ଏକତ୍ରିତ    ସମ୍ମାନ ତାହାର

    ଏଜୀବନେ ନିତ୍ୟେରହୁ।


ପରା ରାଷ୍ଟ୍ରବାଦ    ରାଷ୍ଟ୍ରବାଦୀ ଆମେ

    ରାଷ୍ଟ୍ର ପ୍ରେମ ଭକ୍ତି ଯହିଁ,

ଜୀବନ ଅର୍ପଣ     ସୁରକ୍ଷାରେ ପରା

    ଅଟରେ କର୍ତ୍ତବ୍ୟ ତହିଁ।


ଉଡ଼ିଲା ତ୍ରିରଙ୍ଗା    ଘର ଘରେ ଆମ

    ଏହୁତ ରାଷ୍ଟ୍ର ଗୌରବ,

ଏକତାର ଶୁତ୍ରେ    ବାନ୍ଧିଗଲେ ଭାଇ

     ଏହୁତ ରାଷ୍ଟ୍ର ଉତ୍ସବ।


ଶକ୍ତି ପରିଚୟ   &nbs

p; ଦେବରେ ବିଶ୍ବକୁ

     ଏକତ୍ରିତ କେତେ ଆମେ,

ତ୍ରିରଙ୍ଗା ଉତ୍ସବେ    ସର୍ବେ ଏକତ୍ରିତ

     ପବିତ୍ର ଭାରତ ଧାମେ।


ଆଜିଠାରୁ ପରା    ତ୍ରିରଙ୍ଗା ଉତ୍ସବ

     ଘର ଘରେ ପରା ଆମ,

ନୂଆ ଇତିହାସ     ଲେଖୁଛି ତାରତ

     ରାଷ୍ଟ୍ରୀୟ ପର୍ବରେ ଆମ।


ସ୍ବାଧୀନତା ପର୍ବ     ପନ୍ଦର ଅଗଷ୍ଟ

     ଜନଜନ ଉତ୍ସାହିତ,

ମହୋତ୍ସବ ତହିଁ     ରାଷ୍ଟ୍ରର ଗୌରବେ

     ଉତ୍ସବ ଅଟେ ଅମୃତ।


ଶହୀଦଙ୍କୁ ଦେବା    ଶ୍ରଦ୍ଧାଞ୍ଜଳି ଯହିଁ

     କରିବା ପ୍ରତିଜ୍ଞା ଆମେ,

ଆତ୍ମନିର୍ଭରଟି     ହୋଇବା ସମସ୍ତେ

     କର୍ମୀ ହୋଇବାରେ ଆମେ।


କର୍ମ ବଳୁ ହେବ    ସମ୍ଭବ ତହିଁରେ

    ବିଶ୍ବାସ ହେବ ଜାଗ୍ରତ,

ଶକ୍ତିଶାଳୀ ରାଷ୍ଟ୍ର    ନିର୍ମାଣ କରିବା

     ହୋଇବାରେ ଏକତ୍ରିତ।


ତ୍ରିରଙ୍ଗା ବଳୁ     ହେବା ବିଶ୍ବଗୁରୁ

     ତ୍ରିରଙ୍ଗା ଦେବରେ ଶକ୍ତି,

ହେବ ଶକ୍ତିଶାଳୀ   ସବୁକ୍ଷେତ୍ରେ ରାଷ୍ଟ୍ର

     ଥିବ ଏକତାର ଶକ୍ତି।


Rate this content
Log in

Similar oriya poem from Abstract