ନୁହେଁ ଛଳନା
ନୁହେଁ ଛଳନା
ଶବ୍ଦର କୁହୁକ ପେଡିରୁ କିଛି
ଅଣାୟତ୍ତ ମତେ ଏତେ କରୁଛି
ସେ ପାଇଁ କବିତା ବସି ଲେଖୁଛି
ନହେଲେ ମତେ ତ ଆସେନା କିଛି
ଚିତ୍ର ରୁ ଚରିତ୍ର ଆବୋରି ବସିଛି
ନିରୀହ ଭିତରୁ ନୀରବତା ଖୋଜୁଛି
ଆଷାଢ଼ ଭିତରେ ଆଷାଢ଼ୀ ଭରି
ମଳୟ ଭିତରୁ ମୌସୁମୀ ହରି
ଫଗୁଣ ଭିତରୁ ସାତ କି ସତୁରି
ପଦେ ଅଧେ ଧାର ଆଣିଛି
ପଶୁର ଅଂତରବେଦନା ଘାରୁଛି
ଶିଶୁର ନିଷ୍ପାପତା ଘାଣ୍ଟି ମାରୁଛି
ହତ୍ୟା ଲୁଣ୍ଠନ ଅପରାଧ ବିଭୀଷିକା
କାହିଁ ଏତେ କେଜାଣି ହେଉଛି
କବିତାର ଭାବ କିଏ ବୁଝୁଛି
ବେଳ ଅବେଳରେ ଝୁଣ୍ଟି ମରୁଛି
ଅନ୍ତର୍ଯ୍ୟାମୀ ସେହି ହରି
ପାରିବେ ଯଦି ରକ୍ଷା କରି
ଶ୍ରଦ୍ଧା ସୁମନେ ସମର୍ପଣେ ଭରି
ଲୁହ ଟିକେ ଦେଇ କେତେ ଡାକୁଛି
ଯୁଗ ପରେ ଯୁଗ ଯାଇ କେତେ ଆସୁଛି
ପୁଣି ଆସିବ କବିତା ମୋ ଥିବ
ଭାବି କିଛି ଲେଖି ଦେଇଛି
କାଗଜ ଟୁକୁଡା ପଚାରିନି କେବେ
ତା ଛାତି ଚିରି କଣ କାହିଁ ଲେଖୁଛି
ମୋ ଭିତରେ ବାହାରେ ଅନ୍ତରବେଦନା
ସେହି ଏକା ହୁଏତ ବୁଝି ନେଇଛି
ଫର୍ଦ୍ଧେ କାଗଜର ଆତ୍ମିୟତା ଆଶ୍ଚର୍ଯ୍ୟକରିଛି
ଅନୁଭବରେ ଠାକୁରେ ଦିବ୍ୟଦର୍ଶନ ଲଭିଛି
ଛଳନା ଏଥିରେ ଟିକେ ବି ନାହିଁ ତ କିଛି l
