ନଶ୍ବରତାର ଛାଇ ନପଡୁ
ନଶ୍ବରତାର ଛାଇ ନପଡୁ
ମୁଁ କିଏ?
ମୁଁଁ କେଉଁ ଧରମର ?
ମୁଁଁ କେଉଁ ଜାତିର ?
କାହିିଁକି ?
ମୋ ଭିତରେ ପୁରାଇଲେ କିଏ ?
ଆଶ୍ଚର୍ଯ୍ଯ ଲାଗୁଛି ମୋତେ !
ମୋତେ କାହିଁକି ଜନ୍ମରୁ ଶିିଖେଇ ଦିଆଯାଏ ଏସବୁ
ପ୍ରଶ୍ନର ଉତ୍ତର ଖୋଜିବାକୁ?
ଭାବେ, ଅନ୍ୟ ପ୍ରାଣୀ ଜଗତରେ
ନାହିଁ ତ ଏହି ଭାବନା।
ମେଣ୍ଢାପଲପରି ଗୋଟିଏ ଧର୍ମ ଭାବନାରେ
ବାନ୍ଧି ହୋଇ ଯାଏନି କି ?
ମୁଁଁ ନିଜକୁ ପଚାରେ, କଣ ଧରମ ମୋହ ବିନା
ଜୀବନ କଅଣ ତିଷ୍ଠି ପାରିବନି?
ମଣିଷ ଭିତରେ, ମଣିଷ ଖୋଜୁଛି,
ତୁମେ ଏଇ ଧରମର,
ତୁମ ସଂଗରେ ମୋର ଅଛି କି ସଂପର୍କ ?
ତୁଛ ମଣିଷର ମୂଲ୍ୟ, ତୁଛ ମଧ୍ୟ ମଣିଷପଣିଆର।
ମନରେ ଆସୁଛି ମିଛର ଜାଲରେ
ଭର୍ତ୍ତି କରିବାକୁ ସହଜ,
କିନ୍ତୁ ସତ୍ଯ ସୁନ୍ଦରତାକୁ ପ୍ରକାଶ କରିବା
ପାଇଁ ସାହାସର ଭାବ ହାରେ ।
ଆମେ ଭାବୁଛେ ଧରମ ଓ ଜାତି
ମୋହଭରା ଏ ଜଗତ ହିଁ ସତ୍ଯ,
ଯେହେତୁ ଧରମ ଓ ଜାତି ବିନା ଜଗତକୁ
ମୁଁ କେବେ ଦେଖିନାହିଁ।
ଲୋଭ, ଆସକ୍ତି, ମାୟା,ମୋହ-
ଏ ସବୁରୁ ମୁକ୍ତି ପାଇବା ଏକ ମରୀଚିକା ନୁହେଁ କି?
ମୋର ମୁକ୍ତି ଦରକାର ନାହିଁ,
ଜୀବନରେ ରହୁ ମୋ ସୁଖ ।
ସମାଜ ମୋତେ ମୋ ଭଳି ହେବାକୁ ଦେଉ।
ମୋର ପ୍ରତି ମୋହରେ,
ପ୍ରତି ଲୋଭରେ,
ପ୍ରତି କର୍ମରେ ସତ୍ୟ ସୁନ୍ଦରତାର ଓ
ପବିତ୍ରତାର ମୁହଁ ଦିଶୁ,
ମାୟାର ବଶବର୍ତ୍ତୀ ନହେଉ,
ମିଥ୍ୟା, ପ୍ରତାରଣା ଓ ନଶ୍ବରତାର ଛାଇ ନପଡୁ,
ଆର ଜନ୍ମରେ ବୈକୁଣ୍ଠରେ ସ୍ଥାନ ନମିଳୁ ପଛେ ।