STORYMIRROR

Dr. Rajib Lochan Panigrahy

Classics Fantasy

4  

Dr. Rajib Lochan Panigrahy

Classics Fantasy

ନୃସିଂହ ଚତୁର୍ଦ୍ଦଶୀ ବା ନୃସିଂହ ଜନ୍ମ

ନୃସିଂହ ଚତୁର୍ଦ୍ଦଶୀ ବା ନୃସିଂହ ଜନ୍ମ

1 min
10

ଆଜିର ଦିନରେ ନୃସିଂହ ମହାପ୍ରଭୁ 

ହୋଇଥିଲେ ଜନମ 

ବୈଶାଖ ଶୁକଳ ଚତୁର୍ଦଶୀ ତିଥିରେ 

ପାଳୁ ନୃସିଂହ ଜନମ 

ନର ଦେହ ଧାରୀ ସିଂହ ମୁହଁ ଧରି 

ନଖ ସବୁ ଅଟେ ସିଂହର 

ଭକ୍ତ ପ୍ରହଲ୍ଲାଦ କଲେ ଆବିର୍ଭାବ 

ପ୍ରଭୁ ଆର୍ତତ୍ତ୍ରଣ ବିଷ୍ଣୁଙ୍କ 

ହିରଣ୍ୟ କଶ୍ୟପୁ ଶ୍ୟାପ ପାଇ ସ୍ୱର୍ଗେ 

ହୋଇଥିଲେ ଜନମ

ନିଜ ଯୋଗବଳେ ପାଇଥିଲେ ବର 

କାହା ହାତେ ନମରିବ 

ପଶୁ କି ମଣିଷ, ଅସ୍ତ୍ର କି ଶସ୍ତ୍ର ରେ 

କେହି ମାରି ନ ପାରିବ

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଦିନ ରାତି ସଞ୍ଜ 

ସକାଳ ଘରେ କି ବାହାର 

ଅସୁର ଦାନଵ ମଣିଷ କି ଋଷି ଇତର 

କେହି ପାରିବେନି ମାରି 

ହେଲେ ମୂଢ଼ ମତି ପାରିଲାନି ଜାଣି 

ପ୍ରଭୁଙ୍କୁ କି ଅବା ଅସମର୍ଥ 

ପ୍ରହଲ୍ଲାଦ ଶିଶୁ ଥିଲା ବିଷ୍ଣୁ ଭକ୍ତ 

ସଦା ଜପେ ହରି ନାମ 

ହିରଣ୍ୟ କଶ୍ୟକୁ ବହୁ ଦଣ୍ଡ ଦେଲା 

ପ୍ରଭୁ କରୁଥିଲେ ଉଦ୍ଧାର 

ପାରିଲାନି ଆଉ ହିରଣ୍ୟ କଶ୍ୟପୁ 

ପଣକରି ପଚାରିଲା 

ଦେଖା ତୋର ହରି ଅଛନ୍ତି କେଉଁଠି 

କେଉଁ ରୂପେ ମୋତେ ଦେଖା 

ପ୍ରହଲ୍ଲାଦ ପୁତ୍ର କହିଲା ପିତାଙ୍କୁ ଅଛନ୍ତି 

ପ୍ରଭୁ ଅତ୍ର ତତ୍ର ସର୍ବତ୍ର 

କ୍ରୋଧରେ କାଶ୍ୟପୁ ପ୍ରହାରିଲା ଗଦାରେ 

ପାଖେ ଥିଲା କାଷ୍ଠ ଖମ୍ବ 

ତାହାରି ଭିତରୁ ବାହାରିଲେ ନାରାୟଣ 

ହୋଇ ନରସିଂହପୁର ବେଶ 

ମୁହଁ, ନଖ, ଦାନ୍ତ ତାଙ୍କର ସିଂହର ଥିଲା

ତିନି ସନ୍ଧ୍ୟାବେଳ ଥିଲା ହୋଇ 

ଘର ବି ନଥିଲା ବାହାର ନ ଥିଲା 

ଏରୁଣ୍ଡି ବନ୍ଧ ଉପର 

ଅଯୋନି ଶମ୍ଭୁତ ପ୍ରଭୁ ନରସିଂହପୁର 

ଜଙ୍ଘ ପରେ ଥିଲେ ରଖି 

ହିରଣ୍ୟ ର ଦେହ ନଖରେ ବିଦାରି 

କରିଥିଲେ ତାକୁ ଶେଷ 

ଅନ୍ୟାୟ ର ଅନ୍ତ କରିଥିଲେ ପ୍ରଭୁ 

ସନ୍ଥଙ୍କୁ କରି ପାଳନ 

ଧରାକୁ ରଖିଲେ ଭଜତ ବାତ୍ସଳ ପ୍ରଭୁ 

ଧରା ହୋଇଲା ଶୀତଳ 

ସେହି ଦିନଠାରୁ ପ୍ରଭୁ ନରସିଂହ

ହୋଇଥାନ୍ତି ଚନ୍ଦନ ଲେପ 

ଚନ୍ଦନ ଯାତ୍ରା ନାମରେ ପାଳନ ହୁଅଇ 

ଜଗନ୍ନାଥ ଖେଳନ୍ତି ଚାପ |



Rate this content
Log in

Similar oriya poem from Classics