ନନ୍ଦରାଜା ପୁଅ
ନନ୍ଦରାଜା ପୁଅ
ନନ୍ଦରାଜା ପୁଅ ମନୁଆ ଧନକୁ
ପୁରସ୍ତମେ ଆସିଲି ଦେଖି
ଯେତେ ବଦଳିଲେ ବାରିହୋଇ ପଡେ
ସେତ ବଡ ନିରିମାଖି॥୦॥
ହାତ ଖଣ୍ତିଆକୁ ଗୋଡ ବି ଖଣ୍ତିଆ
ଖଣ୍ତିଆ ତାର ଅଧର
କାନ ତାର ନାହିଁ ଚକ୍ଷୁଶ୍ରବା ସେହି
ପାଖେନାହିଁ ବଂଶୀ ତାର
ବଡ ଦେଉଳରେ କାଳିଆ ରୁପରେ
ଲୁଚିକି ବସିଛି ସଖି ॥୧॥
ଯାଇଛି ସୁଧୁରି ଆମ ବଂଶୀଧାରୀ
କୁହାଟ ମାରୁନି ଆଉ
ରତନ ବେଦୀରେ ବସିଅଛି ସେହି
ବୋଲାଏ ସେ ମହାବାହୁ
ଅନାଇ ରହିଛି ସବୁତ ଦେଖୁଛି
ମେଲି ଚpକା ଚକା ଆଖି ॥୨॥
ସେବାରେ ତାହାର ପଣ୍ତା ପଢିହାରୀ
ଭୋଗ ଷାଠିଏ ପଉଟି
ମାଆ ହାତ ରନ୍ଧା ପହିଲି ଭୋଗକୁ
ଖାଏ ସେହି ଚାଟି ଚାଟି
ଗଲେ ତୁ ପୁରିକୁ ଦେଖିବୁ ଲୋ ତାକୁ
ଟିକେ ନିରେଖି ନିରେଖି ॥୩॥