STORYMIRROR

Anirudha Kund

Classics

4  

Anirudha Kund

Classics

ନନ୍ଦରାଜା ପୁଅ

ନନ୍ଦରାଜା ପୁଅ

1 min
206


ନନ୍ଦରାଜା ପୁଅ ମନୁଆ ଧନକୁ

   ପୁରସ୍ତମେ ଆସିଲି ଦେଖି 

ଯେତେ ବଦଳିଲେ ବାରିହୋଇ ପଡେ

  ସେତ ବଡ ନିରିମାଖି॥୦॥


ହାତ ଖଣ୍ତିଆକୁ ଗୋଡ ବି ଖଣ୍ତିଆ

   ଖଣ୍ତିଆ ତାର ଅଧର

କାନ ତାର ନାହିଁ ଚକ୍ଷୁଶ୍ରବା ସେହି

   ପାଖେନାହିଁ ବଂଶୀ ତାର

ବଡ ଦେଉଳରେ କାଳିଆ ରୁପରେ

   ଲୁଚିକି ବସିଛି ସଖି ॥୧॥

 

 ଯାଇଛି ସୁଧୁରି ଆମ ବଂଶୀଧାରୀ

   କୁହାଟ ମାରୁନି ଆଉ

ରତନ ବେଦୀରେ ବସିଅଛି ସେହି

   ବୋଲାଏ ସେ ମହାବାହୁ

ଅନାଇ ରହିଛି ସବୁତ ଦେଖୁଛି

   ମେଲି ଚpକା ଚକା ଆଖି ॥୨॥


ସେବାରେ ତାହାର ପଣ୍ତା ପଢିହାରୀ

   ଭୋଗ ଷାଠିଏ ପଉଟି

ମାଆ ହାତ ରନ୍ଧା ପହିଲି ଭୋଗକୁ

  ଖାଏ ସେହି ଚାଟି ଚାଟି

ଗଲେ ତୁ ପୁରିକୁ ଦେଖିବୁ ଲୋ ତାକୁ

  ଟିକେ ନିରେଖି ନିରେଖି ॥୩॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics