STORYMIRROR

Niranjan Sahu

Inspirational

4  

Niranjan Sahu

Inspirational

ନମସ୍ୟ ଅଟେ ସେ ସର୍ବତ୍ର..

ନମସ୍ୟ ଅଟେ ସେ ସର୍ବତ୍ର..

1 min
431

ଏନ୍ତୁଡ଼ିରେ ନିଆଁ ମଶାଣିରେ ନିଆଁ   

ମଝିରେ ଜୀବନ ଝୁଲୁଛି

ଜନମ ମରଣ ଦୁଇକୁଳେ ରଖି

ଦୁନିଆଁ ନାମଟେ ପାଇଛି,


କାନ୍ଦି ଆସିଥାନ୍ତି କନ୍ଦାଇ ସେ ଯାଆନ୍ତି

ଜୀବନର ଖେଳ ସାରି

ଜନମ ବି ସତ ମରଣ ବି ସତ

କେହି ନୁହଁଇ କାହାରି


ମୋର ମୋର କହି ସମସ୍ତେ ବଞ୍ଚନ୍ତି

ସୁଖକୁ ପଛରେ ପକେଇ

ସମୟ ଆସିଲେ ଫେରି ଯାଉଛନ୍ତି

ସମସ୍ତ ଭାବକୁ ଏଡାଇ


କୁଆଁ କୁଆଁ ଡାକେ ଜୀବନ ଆରମ୍ଭ

ନିସ୍ତବ୍ଧରେ ହୁଏ ଶେଷ

ବାସ୍ତବ ଜୀବନ ଶେଷ ହୋଇଯାଏ

ନିସ୍ତବ୍ଧ କରଇ ଗ୍ରାସ


ଏନ୍ତୁଡ଼ି ପବିତ୍ର ମଶାଣି ପବିତ୍ର

ଦୁଇ ସ୍ଥାନ ଅଟେ ପବିତ୍ର

ଏ ଦୁଇ ସ୍ଥାନର ମୂଲ୍ୟ ଯେ ବୁଝିଛି

ନମସ୍ୟ ଅଟେ ସେ ସର୍ବତ୍ର,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational