ନମସ୍ତେ
ନମସ୍ତେ


ଏକ ଅଜଣା ପୁଲକରେ
ଯେବେ ଆତ୍ମହରା ହୁଏ ମୁଁ
ଖୁବ୍ ମନେପଡ ତୁମେ,ଅତୀତର
ରଙ୍ଗହୀନ ସମୟ ହାତଠାରି ଡାକେ
କେବେପୁଣି ଅପନ୍ତରାର ଅନ୍ଧ ଅର୍ଗଳିରେ
ଉଦ୍ ବେଳନ ଆଙ୍କୁଥାଏ ତୁମର ଅସ୍ତିତ୍ୱ ।।
କେବେ କଲେଜ ରାସ୍ତାରେ
ତ ପୁଣି କେବେ ବଜାରର ଭିଡଭାଙ୍ଗି
ଆଗେଇଯାଏ ତୁମସହ ଗାଁ ମୁଣ୍ଡ
ବରଗଛ ତଳେ ଅସହାୟତାର
ସାୟାହ୍ନରେ ବିସ୍ତାରି ଯାଏ ଅବଶିଷ୍ଟ
ଜୀବନର ବାସ୍ନା ଅନ୍ତବସ୍ତ୍ର ର
ଝାଳୁଆ ଗନ୍ଧରେ ।।
ଯାହାଖାଲି ପାର୍ଥକ୍ଯ ଆଙ୍କୁଥାଏ
ଶୀତରାତ୍ରୀ "ରୁଟି ଓ ଚନ୍ଦ୍ର" ର
ଜୋସ୍ନା ବିଭୋର ବିଳାପ ଇତସ୍ତତ ମନ
ଝିଙ୍କାରୀ ର ଝଂକୃତ ଶବ୍ଦ ଗାଉଥାଏ
ଜୀବନର ବେସୁରା ରାଗିଣୀ
ଯେତେସବୁ ଅନ୍ୟମନସ୍କରେ ।।
ଖୋଜିବୁଲେ ତୁମର ପରିଚୟ
ସମୟର ସନ୍ଦିହାନ ଇଲାକାରେ
ଏଣେତେଣେ ଏମିତି,ହୃଦୟରେ କେବେ
ସାଇତି ରଖି ପାରିନି ତୁମର ଅସ୍ଥିତ୍ଵ
ଛାତିର ଏଇ ଲମ୍ବା କାନଭାସ ଉପରେ ।।