ନମୋ ଜ୍ଞାନବନ୍ତ ପାର୍ବତୀ ତନୟ
ନମୋ ଜ୍ଞାନବନ୍ତ ପାର୍ବତୀ ତନୟ
ସିନ୍ଦୂର ଚର୍ଚ୍ଚିତ ତ୍ରିନେତ୍ର ଶୋଭିତ
ମୋ ହୃଦକନ୍ଦର ବିଜେ
ଏକଦନ୍ତ ପ୍ରଭୁ ରିଦ୍ଧି ସିଦ୍ଧି ଦାତା
ଅଗ୍ରପୂଜ୍ଯ ସର୍ବ ସ୍ଥାନେ ।
ପ୍ରଭୁ ପ୍ରଜାପତି ବିଶ୍ବରୂପା ସୁତା
ବିନାୟକ ଶ୍ରଦ୍ଧାକର୍ତ୍ତା
ମହାଭାରତ ଗ୍ରନ୍ଥର ରଚୟିତା
ବ୍ଯାସଦେବ ଭକ୍ତିଗାଥା ।
ଧ୍ୟାନ ଭଗ୍ନ ନହେବା ପାଇଁ ମାତାଙ୍କ
ଦ୍ବାରେ ହେଲ ଦ୍ୱାରପାଳ
ପାର୍ବତୀଙ୍କ ଅଙ୍ଗ ମଉଳିରୁ ଜାତ
ବିଘ୍ନହର୍ତ୍ତା ଲମ୍ବୋଦର ।
ଭୁବନ ମୋହନ ବିଘ୍ନ ବିନାଶନ
ଧରି ମୂଷିକ ବାହନ
ପିତାମାତାଙ୍କ ଚତୁର୍ପାର୍ଶ୍ବେ ଭ୍ରମିଣ
ଜିତିଥିଲ ତାଙ୍କ ମନ ।
ଚନ୍ଦନ କର୍ପୂର ଘିଅ ଧୂପ ଦୀପ
ସଙ୍ଗେ ଚୁଆ ଅଗୁରରେ
ମୃଣ୍ମୟ ପ୍ରତିମା କଲେ ଆବାହନ
ମନସ୍କାମ ପୂର୍ଣ୍ଣ ହୁଏ ।
ପୂଜିଥିଲେ ଦିନେ ସେ ପଞ୍ଚୁପାଣ୍ଡବ
ତୋଷ କଲେ ଗ୍ରହ ଦୋଷ
ଶ୍ରୀକୃଷ୍ଣଙ୍କ ଘରଣୀ ରୁକ୍ମିଣୀ ରାଣୀ
ଦୋଷାଦୋଷୁ ହେଲେ ମୁକ୍ତ ।
ନମୋ ଜ୍ଞାନବନ୍ତ ପାର୍ବତୀ ତନୟ
ଘେନ ମୋର ଭକ୍ତି ଅର୍ଘ୍ଯ
ପର୍ଶୁଧାରି ପ୍ରଭୁ ପିନାକ ହସ୍ତାୟ
ପ୍ରହ୍ଲାଦରେ କୃପା ରଖ ।
