ନମୋ ଗଣେଶ
ନମୋ ଗଣେଶ
ଜୟ ଜୟ ବିଘ୍ନେଶ୍ୱର ବିଘ୍ନ ବିନାଶକ
ନମୋ ପ୍ରଭୁ ଲମ୍ବୋଦର ସିଦ୍ଧି ପ୍ରଦାୟକ !
ଅଗ୍ର ପୂଜ୍ୟ ଗଜାନନ ଅତି ବୁଦ୍ଧିମାନ
ଅଯୋନି ଶମ୍ବୁତ ପ୍ରଭୁ ଗୌରୀ ନନ୍ଦନ ¡
ଏକ ଦନ୍ତ ଗଣେଶ୍ୱର ରିଦ୍ଧି ସିଦ୍ଧି ଦାତା
ସର୍ବ କାର୍ଯ୍ୟରେ ସର୍ବଦା ତୁମକୁ ବାରତା !
ସରସ ହରଷ ଚିତ୍ତ ମଙ୍ଗଳ ମୂରତି
ଧନ ମାନ ଲୋଡା ନାହିଁ ମାଗୁନି ସମ୍ପତ୍ତି !
ଦିଅ ପ୍ରଭୁ ଦିବ୍ୟ ଜ୍ଞାନ ବୁଦ୍ଧି ଓ ଶକତି
ସଂସାର କଲ୍ୟାଣ ଅର୍ଥେ ବଳୁ ମୋର ମତି !
ମୂଷିକ ବାହାନ ତୁମ ତୀକ୍ଷ୍ମ ବୁଦ୍ଧି ଧାରି
ଅବିଳମ୍ବେ ସର୍ବ କାର୍ଯ୍ୟ ଦେଉଥାନ୍ତି ସାରି !
ଭସ୍ମ ହେଉ ଅଙ୍ଗୁ ମମ ଷଢ଼ ରିପୁ ଗୁଣ
ଶିରେ ମୋର ଭରି ଦିଅ ସଦଭାବ ପଣ !
କରି ଦିଅ ନମ୍ର ମୋତେ ଭରି ଦିବ୍ୟ ଶକ୍ତି
ସଦା ସର୍ବଦା ଆତ୍ମା ମୋ ପାଉ ଦିବ୍ୟ ଶାନ୍ତି !
ନମୋ ଗଜେନ୍ଦ୍ର ବଦନ ପାର୍ବତୀ ସୁତାୟ
ଚତୃଭୁଜ ପର୍ଶୁଧାରି ପିନାକ ହସ୍ତାୟ !
ଶରଣ ଚରଣେ ତଵ ରଖଏ ଅଜ୍ଞାନେ
ଜୟଜୟ ଗଣାଧିଶ କ୍ଷମ ଅକିଞ୍ଚନେ ।।
