STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ନମିଳୁ ଟୋପାଏ ପାଣି

ନମିଳୁ ଟୋପାଏ ପାଣି

1 min
359

ଜୀବନ ପ୍ରଦୀପ ଜଳି ଜଳି ଥାଉ

ନ ଥାଉ ଲିଭିବା ଭୟ

ଇନ୍ଧନ ସଦା ଭରପୁର ରହି

ଭକ୍ତିରେ ରହୁ ଲୟ


ଜୀବନ ଯାତ୍ରାରେ କଣ୍ଟା ଥାଉ ପଛେ

ଥାଉ ପଥୁରିଲା ବାଟ 

ତୁମ ନାମ ଧରି ମଲେ ମରିଯିବି

ମଲେ ହେବ ତୁମ ଭେଟ


ମନରେ କାହାର କୂଟ ନ ପସୁ

ନ ଥାଉ ଆତ୍ମାରେ ପାପ

କାହାର କ୍ଷତି ମୋ ଲାଗି ନ ହେଉ 

ନ ମିଳୁ ଅଭିସ୍ୟାପ


ଫୁଲ ହୋଇ ଫୁଟି ମହକାଉ ଥାଉ

ସେଫାଳିର ନାମ ନେଇ

କ୍ଷଣିକ ଜୀବନ ବାସ୍ନା ରେ ଭରୁ

କିଛି କ୍ଷଣ ପଛେ ଜିଇଁ


ଜଳ ହୋଇ ବୋହୁ କଳକଳ ନାଦେ

ଝର ହେଉ ଗଙ୍ଗା ପାଣି

ହୃଦୟ ମନରେ ପବିତ୍ର ଆତ୍ମା ର

ସଦ୍ଗତି ପାରୁ ଜାଣି


ଇତିହାସ କେବେ ମନେ ନ ପକାଉ

ଲିଭିଯାଉ ମୋର ସତ୍ତା

ମୁଁ ମଲା ପରେ ଅହୀନର୍କ ରେ

ଖୋଜିଲେ ନ ମିଳୁ ପତ୍ତା


ଏକା ହୋଇ ଯେବେ ଆସିଛି ସଂସାରେ

ନର ମାୟା ଧରା ବନେ 

ଶରୀର ମୋହର ଏକା ପଡିଜାଉ

ଏକଲା ଘଞ୍ଚ ଅରଣ୍ୟେ


ଚିଲ୍ଲ,ଶ୍ରାଗୁଣା,ଶୃଗାଳ,ହେଣ୍ଟାଳ

ଖାଇଯାନ୍ତୁ ପେଟ ଭରି

ଜୀବ ଥିଲାବେଳେ ଧରି ନାହିଁ ନାମ

ମଲା ବେଳେ ଡାକି ହରି


ମୁକ୍ତ ହେଉ ପ୍ରାଣ- ମୋ ପିଣ୍ଡ ଛାଡି

ଆହେ ପ୍ରଭୁ କୃପାମଣୀ

ଯେତେ ବି ପାପ କରିଛି ଜୀବନେ

ଖୋଜିଲେ ନ ମିଳୁ ପାଣି


କୂଳକୁ କିଏ ନିନ୍ଦା ନ କରୁ

ମଲେ ହଜିଗଲେ ମୁହିଁ

କୀର୍ତ୍ତୀ ଗାଥା ଲୁପ୍ତ ହୋଇଯାଉ

ଦେହ ଖାଇ ଜାଉ ମହୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract