Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RATIKANTA NAYAK

Abstract Others

4  

RATIKANTA NAYAK

Abstract Others

ନମଃ ନମଃ ଶ୍ରୀଗଣେଶ

ନମଃ ନମଃ ଶ୍ରୀଗଣେଶ

1 min
321


ନମଃ ନମଃ ଶ୍ରୀଗଣେଶ ଗଉରୀ ନନ୍ଦନ

ଅଗ୍ର ପୂଜ୍ୟ ଦେବ ଅଟ ,ଦିଅ ମହାଜ୍ଞାନ !

ପିତା ତୁମ ମହାଦେବ ମାତା ପାରବତି

କୈଳାସ ରେ ରହି ସଂସାର ର ଦେଖୁଛନ୍ତି ସ୍ଥିତି !

ଲଡୁ ଭୋଗ ଅଟେ ତୁମ ଏକା କାର ପ୍ରିୟ

ଅଶାଡ ର ଶୁକ୍ଳ ପକ୍ଷ ଚତୁର୍ଥୀ ରେ ତମେ ପୂଜା ପାଅ !

ବିଦ୍ୟାଦାତା ବୁଦ୍ଧିଦାତା ସିଦ୍ଧି ବିନାୟକ

ବୁଦ୍ଧି ଦିଅ ବିଦ୍ୟା ଦୀଅ ତମ ବାହନ ମୂଷିକ !

ମାତୃ ଆଦେଶ ପାଳନ କର ମାନସ ସନ୍ତାନ 

ପିତା ଙ୍କୁ ଅଟକାଇ ସେଦିନ, ହେଲ ଗଜାନନ !

ଶିକ୍ଷା ଦିକ୍ଷା ସବୁ ଅଟେ ତୁମରୀ ଆଶିଷ 

କରୁଣା କରିବ ପ୍ରଭୂ ,ମିଳୁ ତୁମରୀ ଆଶିଷ !

ଘରେ ଘରେ ପୁରେ ପୁରେ ତମେ ପାଇଥାଅ ପୂଜା

ପୁର ଠାରୁ ପଲ୍ଲୀ ଯାଏ, ତମ ପ୍ରତିରୂପ ହୋଇଥାଏ ସଜ୍ଜା !

ଭାଇ ତୁମ କାର୍ତ୍ତିକେୟ ଅଟଇ ମହା ବୀର 

ବିଶ୍ଵ କୁ ପରିଭ୍ରମଣ କରି ଥିଲେ ତାଙ୍କ ବାହନ ମୟୂର !


Rate this content
Log in

Similar oriya poem from Abstract