STORYMIRROR

Pratap Chandra Mishra

Tragedy

3  

Pratap Chandra Mishra

Tragedy

ନକଲି ପୂଜା

ନକଲି ପୂଜା

1 min
202


କୁଆଁରୀ ସାଜିଛି ସାବତ ବୋଉ,

ସଉତୁଣୀ ଛୁଆ ପାଳୁଛି।

ସୁଆଗ ବଚନ ସ୍ବାମୀ ଙ୍କୁ କୁହଇ 

ଛୁଆ କୁ ତନ୍ ଟିଆ ମାରୁଛି।।


ଆତ୍ମ ଗର୍ବ ଅହଙ୍କାର ତାର

ତିଳ କୁ ତାଳ ମଣୁଛି,

ପତି ବିଚାରା କପଟ ନ ଜାଣି ,

ତୋଷା ମଦିଆ ଙ୍କୁ ମେଳି କରିଛି।।


ଅନ୍ନପୂର୍ଣ୍ଣା ଭଳି ସଜାଇ ନିଜକୁ 

ଯୋଗ୍ୟା ପାହ୍ୟା ହାତେଇଛି,

ଉଦର ନିଜ ଭରି ବାକୁ ଯାଇ,

ପରାନ୍ନ ଉଦରସ୍ତ କରୁଛି।।


ଅସତ୍ୟ ରାଜୁତି ଚାଲିଛି,

ସତୀ କୁ ଦଳି ଅସତୀ ଆଜି ସତୀ ସାବିତ୍ରୀ ବୋଲାଉଛି।।


ଡ଼ ରାଇ ରାବଣ ପୂଜା ପାଉଥିଲା

ଶେଷ କଲା କୁକର୍ମ ତାକୁ,

ଛଦ୍ମ ବେଶୀ ରାସ କରଇ

ବିଦ୍ଦ୍ଵଂଶ

ଉସ୍ୱା ସି ଧାରାକୁ।।


ଅନ୍ତର୍ଦା ହ ଯେତେ ପ୍ରବଳ ହେଉ,

 ପ୍ରଭୁ ନାମେ ନିମଗ୍ନ ସଦା ସତୀ,

ସତୀ ର ବିଲୋପ ହୁଏ ନାହିଁ କେବେ

ଆସିଲେ ଆସୁ ଯାହା ବିପତି।।


ତାହାର ଖ୍ୟାତି ବଢ଼ି ଯାଇଥାଏ ଅଭିନୟ ନୁହେଁ କିଛି,

ଅସତୀ ନାଟକ ଧରା ପଡ଼ିଯାଏ 

ଜୀବନ କପାଳ ପୋଛି।।


କୁଆଁରୀ ସାଜିଛି ସାବତ ବୋଉ,

ସଉତୁଣୀ ଛୁଆ ପାଳୁଛି।।





Rate this content
Log in

Similar oriya poem from Tragedy