ନିୟତିର ଖେଳ
ନିୟତିର ଖେଳ
ପୃଥିବୀ ଆକାଶ ସାରା ଭୂମଣ୍ଡଳ
ତୁମେ ତ ଗଢ଼ିଛ ଏ ସୃଷ୍ଟି ସକଳ।
ସୂରୁଜ ଉଇଁଲେ ହୁଏତ ସକାଳ
ହୋଇଉଠେ ସାରାଜଗତ ଚଞ୍ଚଳ।
ତୁମ ଇଚ୍ଛା ବିନା ବହେନା ଅନୀଳ
ତୁମେ ନ ଚାହିଁଲେ ଜଳେନା ଅନଳ।
ତୁମ ସୃଷ୍ଟି ନଭ ତାରକା ମଣ୍ଡଳ
ତୁମ ଯୋଗୁଁ ବହେ ଝର କଳକଳ।
ତୁମ ସୃଷ୍ଟି ଅଟେ ତଟିନୀର ଜଳ
ସାଗରରେ ନୀଳ ଲହରୀର ମାଳ।
ଧରିତ୍ରୀ ବକ୍ଷରେ ପରବତ ମାଳ
ଲାଗେ କି ସୁନ୍ଦର ପୃଥିବୀର କୋଳ।
କେବେ ଯାଚି ଦେଉଥାଅ ତ ସକଳ
କେବେ କରିଦିଅ ପୁଣି ଶୂନ୍ୟ ଥାଳ।
କେବେ କର ସୁଖ ଭାବରେ ବିହ୍ଵଳ
କେବେ ଲୁହେ କର ଆଖି ଛଳଛଳ।
କେବେ କରିଦିଅ ଦୁଃଖରେ ବିକଳ
କେବେ ଆନନ୍ଦରେ ବିଭୋର ସକାଳ।
ଖୁସିର ଲହର ଦୁଃଖର ଜଞ୍ଜାଳ
ଅଟେ ପରା ସବୁ ନିୟତିର ଖେଳ।