ନିୟତିର ଖେଳ
ନିୟତିର ଖେଳ
ପିଲାଦିନ ଉଡିଯାଏ ପ୍ରଜାପତି ରଙ୍ଗ
ଆଉ ରଙ୍ଗ ବେରଙ୍ଗ ବେଲୁନ ସାଥେ
କୈଶୋର ପାଠର ମଲାଟ ପୃଷ୍ଠାରେ
ରଙ୍ଗ ସାଥେ ସାଥେ ରାସେ
ଯୌବନର ମାଦକତା ହୋଲି ପରି ରଙ୍ଗ
ସାଙ୍ଗ ସାଙ୍ଗ ବନ୍ଧୁ ସାଥୀ ସାଥେ
ବୁଲାବୁଲି ରଙ୍ଗ ବେଭାର ଉନ୍ମାଦନାରେ ବିତେ
କୋଣାର୍କ ରଙ୍ଗର ମାୟା ସୂତ୍ରେ ଗାତ୍ରେ
ଆକାଶରେ ଇନ୍ଦ୍ରଧନୁ ବଉଦର ଚିତ୍ରପଟ
ମନେ ତୂଳୀ ଆଙ୍କେ
ରଙ୍ଗରେ ରଙ୍ଗୀନ ହେବାକୁ ଚାହୁଁ ଥିବା ମନକୁ
ବିବେକ ରଙ୍ଗ ଛାଟ ଛାଟେ
ରଙ୍ଗର ନିୟତି ଛନ୍ଦିଦିଏ ଫନ୍ଦି କରି ଆଉ କାହାତେ
ରଙ୍ଗ ଭରୁ ଭରୁ ଭାର ଲାତେ
ପଡ଼ିଉଠି ବାର୍ଦ୍ଧକ୍ୟ ଗ୍ରାସେ
ସେତେବେଳେ ସବୁ ଦୋଷ ନୀୟତିକୁ ଦେଇ
ରଙ୍ଗମଖା ମୁହଁ ପଛପଟେ
ଆଉ ଗୋଟେ ରଙ୍ଗର ଦୁନିଆଁ ଅଛି ବୁଝିବାକୁ
ଲେଡିଗୁଡ କିଏ କେବେ ଚାଟେ ।
