STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ନିୟତିର ଖେଳ

ନିୟତିର ଖେଳ

1 min
179


ପିଲାଦିନ ଉଡିଯାଏ ପ୍ରଜାପତି ରଙ୍ଗ

ଆଉ ରଙ୍ଗ ବେରଙ୍ଗ ବେଲୁନ ସାଥେ

କୈଶୋର ପାଠର ମଲାଟ ପୃଷ୍ଠାରେ

ରଙ୍ଗ ସାଥେ ସାଥେ ରାସେ

ଯୌବନର ମାଦକତା ହୋଲି ପରି ରଙ୍ଗ

ସାଙ୍ଗ ସାଙ୍ଗ ବନ୍ଧୁ ସାଥୀ ସାଥେ

ବୁଲାବୁଲି ରଙ୍ଗ ବେଭାର ଉନ୍ମାଦନାରେ ବିତେ

କୋଣାର୍କ ରଙ୍ଗର ମାୟା ସୂତ୍ରେ ଗାତ୍ରେ

ଆକାଶରେ ଇନ୍ଦ୍ରଧନୁ ବଉଦର ଚିତ୍ରପଟ

ମନେ ତୂଳୀ ଆଙ୍କେ

ରଙ୍ଗରେ ରଙ୍ଗୀନ ହେବାକୁ ଚାହୁଁ ଥିବା ମନକୁ

ବିବେକ ରଙ୍ଗ ଛାଟ ଛାଟେ

ରଙ୍ଗର ନିୟତି ଛନ୍ଦିଦିଏ ଫନ୍ଦି କରି ଆଉ କାହାତେ

ରଙ୍ଗ ଭରୁ ଭରୁ ଭାର ଲାତେ

ପଡ଼ିଉଠି ବାର୍ଦ୍ଧକ୍ୟ ଗ୍ରାସେ

ସେତେବେଳେ ସବୁ ଦୋଷ ନୀୟତିକୁ ଦେଇ

ରଙ୍ଗମଖା ମୁହଁ ପଛପଟେ

ଆଉ ଗୋଟେ ରଙ୍ଗର ଦୁନିଆଁ ଅଛି ବୁଝିବାକୁ

ଲେଡିଗୁଡ କିଏ କେବେ ଚାଟେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract