STORYMIRROR

Reeta aparajeeta Mohanty

Abstract Tragedy

4  

Reeta aparajeeta Mohanty

Abstract Tragedy

ନିଷ୍ଠୁର ସମୟ

ନିଷ୍ଠୁର ସମୟ

1 min
483


କେତେ ସୁନ୍ଦର କାଠିକୁଟା

ଦେଇ ଗଢିଥିଲି

ଆମ ବସା

ସେଠି ତୁମେ ରାଜା ଥିଲ

ମୁଁ ଥିଲି ରାଣୀ।

ହସ ଖୁସିରେ ଜୀବନ ବିତୁଥିଲା

ସମୟର ଧୂଳି ଝଡ଼ରେ

ଦିନେ ଆମ ଏଇ ବାୟା ବସା 

ଭାଙ୍ଗିଯିବ କିଏ ଜାଣିଥିଲା

ନିଷ୍ଠୁର ସମୟ ମୋ ସହ ଦାଉ ସାଜିଲା

ଓଠର ହସ ନେଇ 

ଦୁଃଖ ର ସ୍ୟାହି ଲେସି ଦେଲା

ମୋ ଜୀବନର ଖାତାରେ

ତୁମକୁ ହଜାଇ 

ଆଉ କାହାକୁ ପାଇଲି ....?

କିଏ ହେବ ଠିକ ତୁମ ପରି

ସମସ୍ତଙ୍କ ଆଖିରେ ବୁଝେଇଲା 

ଭାବ ମୋ ମନ କିଛି ଶୁଣିବା ପାଇଁ ନାରାଜ

ଇଛା ହୁଏ ସମୟର ଗତି ରୋକି ଦେବାକୁ

ଯେଉଁ ନିଷ୍ଠୁର ସମୟ ଲୁଟି ନେଇଛି 

ମୋ ମନ ର ସବୁ ଖୁସି 

ଘର ଅଗଣା ରେ ସଜ ଫୁଲ ଗୋଟେ ନାହିଁ

ସବୁଠି ଦର ମଲା ଶୁଖିଲା ପତ୍ର ବିଛାଡି ପଡିଛି

ଠିକ ମୋ ମନ ପରି। 

ମନ ଭଲ ଥିଲେ ସବୁ ଭଲ ଲାଗେ 

ମନ ଉଦାସ ଥିଲେ ଫିକା ଲାଗେ 

ମଳୟର ବାଆ 

ତୁମ ସିଂହ ଦୁଆରରେ କଣ ତାଲା 

ପଡିଛି ବୋଲି ହୃଦୟ ଦୁଆର କଣ

ବନ୍ଦ ରଖିଛ କି ପ୍ରଭୁ .....?

କୁହ କଣ ପାଇଁ ମୁଁ ହାରିଗଲି 

ନିଷ୍ଠୁର ନିୟତି ଠାରୁ ....?

ମୁଁ ଅସାମାଧିତ ପ୍ରଶ୍ନ ନେଇ ଚାଲିଯିବି

ଦୁନିଆ ର ବଗିଚା ରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract