ନିଷ୍ଠୁର ସମୟ
ନିଷ୍ଠୁର ସମୟ
କେତେ ସୁନ୍ଦର କାଠିକୁଟା
ଦେଇ ଗଢିଥିଲି
ଆମ ବସା
ସେଠି ତୁମେ ରାଜା ଥିଲ
ମୁଁ ଥିଲି ରାଣୀ।
ହସ ଖୁସିରେ ଜୀବନ ବିତୁଥିଲା
ସମୟର ଧୂଳି ଝଡ଼ରେ
ଦିନେ ଆମ ଏଇ ବାୟା ବସା
ଭାଙ୍ଗିଯିବ କିଏ ଜାଣିଥିଲା
ନିଷ୍ଠୁର ସମୟ ମୋ ସହ ଦାଉ ସାଜିଲା
ଓଠର ହସ ନେଇ
ଦୁଃଖ ର ସ୍ୟାହି ଲେସି ଦେଲା
ମୋ ଜୀବନର ଖାତାରେ
ତୁମକୁ ହଜାଇ
ଆଉ କାହାକୁ ପାଇଲି ....?
କିଏ ହେବ ଠିକ ତୁମ ପରି
ସମସ୍ତଙ୍କ ଆଖିରେ ବୁଝେଇଲା
ଭାବ ମୋ ମନ କିଛି ଶୁଣିବା ପାଇଁ ନାରାଜ
ଇଛା ହୁଏ ସମୟର ଗତି ରୋକି ଦେବାକୁ
ଯେଉଁ ନିଷ୍ଠୁର ସମୟ ଲୁଟି ନେଇଛି
ମୋ ମନ ର ସବୁ ଖୁସି
ଘର ଅଗଣା ରେ ସଜ ଫୁଲ ଗୋଟେ ନାହିଁ
ସବୁଠି ଦର ମଲା ଶୁଖିଲା ପତ୍ର ବିଛାଡି ପଡିଛି
ଠିକ ମୋ ମନ ପରି।
ମନ ଭଲ ଥିଲେ ସବୁ ଭଲ ଲାଗେ
ମନ ଉଦାସ ଥିଲେ ଫିକା ଲାଗେ
ମଳୟର ବାଆ
ତୁମ ସିଂହ ଦୁଆରରେ କଣ ତାଲା
ପଡିଛି ବୋଲି ହୃଦୟ ଦୁଆର କଣ
ବନ୍ଦ ରଖିଛ କି ପ୍ରଭୁ .....?
କୁହ କଣ ପାଇଁ ମୁଁ ହାରିଗଲି
ନିଷ୍ଠୁର ନିୟତି ଠାରୁ ....?
ମୁଁ ଅସାମାଧିତ ପ୍ରଶ୍ନ ନେଇ ଚାଲିଯିବି
ଦୁନିଆ ର ବଗିଚା ରୁ।
