STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ନିଷ୍ଠୁର ରାକ୍ଷସ

ନିଷ୍ଠୁର ରାକ୍ଷସ

1 min
2.7K

ଫୁଲ ଫୁଟୁଛି  ପ୍ରଜାପତି ଫୁଲେ ଫୁଲେ

ରଙ୍ଗଡେଣା ଝାଡି ଆନନ୍ଦ ମନରେ

ଦେଖ ବନ୍ଧୁ ଉଡିବୁଲେ

ମହୁ ଶୋଷୁଛି ଗୁଣୁଗୁଣୁ ଗୀତ ଗାଏ

ଭ୍ରମର ପରାଗ ରେଣୁ ଉଡାଇଣ

ସବୁରି ମନକୁ ମୋହେ

ସକାଳ ହେଲେ ରବିକର ଧରାପରେ

ବୁଣି ଦେଉଅଛି ଆଲୋକ ବିତରି

ଅନ୍ଧାର ଦୂରେଇ ଦିଏ


ସଞ୍ଜରେ ପୁଣି  ତାରକା ଗହଳେ ଜହ୍ନ

ସରଗ ରାଇଜୁ ଶୀତଳ ଜୋଛନା

ଧରାକୁ କରେ ଆଛନ୍ନ

ତଥାପି ବନ୍ଧୁ  ମରିମରି ଯାଏ ମନ

ପ୍ରକୃତି ବଦଳି ଯାଇନାହିଁ କିନ୍ତୁ

ଅସ୍ତ ବ୍ୟସ୍ତ ଏ ଜୀବନ

କାହୁଁ ଆସିଲା  ଉଚ୍ଛନ୍ନ କଲାଣି ପ୍ରାଣ

କରୋନା ଜୀବାଣୁ ମଣିଷ ମାରଇ

ନିଷ୍ଠୁର ରାକ୍ଷସ ସମ


ସାରା ବିଶ୍ଵରେ  ମହାମାରୀ ରୂପ ନେଇ

ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି

କାଙ୍ଗାଳ କଲାଣି ଏହି

ଏବେ ଭାରତେ  ଉଗ୍ରରୂପ ନେଇ ସେହି

ଆରମ୍ଭ କରିଛି ସଂହାର କରିବ

ଆସିଅଛି ମନେ ବହି

ଦେବ ଭୂମି ୟେ   ପାରିବୁ ନାହିଁ ଅଧମ

ବଡେଇ ନକର ଆରେ ଭାଇରସ,(ତୋର

ଶେଷ) ସମୟ ଗଲାଣି ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract