STORYMIRROR

AJIT KIMAR TRIATHY

Abstract

2  

AJIT KIMAR TRIATHY

Abstract

ନିସ୍ଵାର୍ଥ ସମ୍ପର୍କ

ନିସ୍ଵାର୍ଥ ସମ୍ପର୍କ

1 min
202

ତୁମେ ଆଉ ମୁଁ ଉଭୟ ମଧ୍ୟରେ

ଆକାଶ ପାତାଳ ଭେଦ

ତୁମେହିଁ ଚାତକ ମୁଁ ଏକ କ୍ଷତାକ୍ତ

ଆକାଶେ ଭସା ବଉଦ

ତୁମେ ମୋମୟୁରୀ ମୁଁ ମେଘ ମହ୍ଲାର

ମାନସୀ ମୋ ପ୍ରିୟତମା

ତୁମେ ଯେବେ ନାଚ ପୁଚ୍ଛକୁ ମେଲାଇ

ଚପଳା ହସେ ଗୋ ରାମା

ବାଦଲ ଗରଜେ ତୁମ ଇସାରାରେ

ଛାତିରେ ଛନକା ଭରି

କର ମୋ ପ୍ରସାରେ କୋଳେ ତୋଳିବାକୁ

ପାରେନାହିଁ କିନ୍ତୁ ଧରି

ମୁଁ ତୁମ ଶଶାଙ୍କ ତୁମେ କମଳିନୀ

କୋମଳ କିରଣ ଛିଞ୍ଚି

ମୁଁ ତୁମ ଚନ୍ଦ୍ରମା ତୁମେ କୁମୁଦିନୀ

ଶୀତଳତା ଦେବି ବିଞ୍ଚି

ତୁମେ ମୋ ଚକୋରୀ ମୁଁ ତୁମ ଚକୋର

ଏକକୁ ଆରେକ ଦେଖି

ନିରବେ ଅନାଇ ରହିଛେ ଶୂନ୍ୟରେ

ଆକାଶ ରହିଛି ସାକ୍ଷୀ

ଅଭିସାରିକା ଗୋ ମୋ ମନ ନାୟୀକ

ବେପଥୁ ପଥିକ ପରି

ନାହିଁ ସେ ସମୟ ଭରସା ନିର୍ଭୟ

ଜୀବନ ସଙ୍ଗିନୀ କରି

ତୁମ ସହଚର ସପନ ମାତର

କୁଜ୍ଝଟିକା ପ୍ରାଏ ଦିଶେ

ତପନ ତାପରେ ତହୁଁ ହଜିଯିବ

ଚାହୁଁ ଚାହୁଁ ଅବଶୋଶେ

ତରୁଣ ବୟସେ କରୁଣ ପ୍ରୟାସ

କରନାହିଁ ଆଗୋ ରାମା

ତନ୍ଦ୍ରା ତେଜି ଦେଖ ବାସ୍ତବତା ଥରେ

ପଡ ନାହିଁ ମୋହେ ଜମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract