ନିସ୍ଵାର୍ଥ ସମ୍ପର୍କ
ନିସ୍ଵାର୍ଥ ସମ୍ପର୍କ
ତୁମେ ଆଉ ମୁଁ ଉଭୟ ମଧ୍ୟରେ
ଆକାଶ ପାତାଳ ଭେଦ
ତୁମେହିଁ ଚାତକ ମୁଁ ଏକ କ୍ଷତାକ୍ତ
ଆକାଶେ ଭସା ବଉଦ
ତୁମେ ମୋମୟୁରୀ ମୁଁ ମେଘ ମହ୍ଲାର
ମାନସୀ ମୋ ପ୍ରିୟତମା
ତୁମେ ଯେବେ ନାଚ ପୁଚ୍ଛକୁ ମେଲାଇ
ଚପଳା ହସେ ଗୋ ରାମା
ବାଦଲ ଗରଜେ ତୁମ ଇସାରାରେ
ଛାତିରେ ଛନକା ଭରି
କର ମୋ ପ୍ରସାରେ କୋଳେ ତୋଳିବାକୁ
ପାରେନାହିଁ କିନ୍ତୁ ଧରି
ମୁଁ ତୁମ ଶଶାଙ୍କ ତୁମେ କମଳିନୀ
କୋମଳ କିରଣ ଛିଞ୍ଚି
ମୁଁ ତୁମ ଚନ୍ଦ୍ରମା ତୁମେ କୁମୁଦିନୀ
ଶୀତଳତା ଦେବି ବିଞ୍ଚି
ତୁମେ ମୋ ଚକୋରୀ ମୁଁ ତୁମ ଚକୋର
ଏକକୁ ଆରେକ ଦେଖି
ନିରବେ ଅନାଇ ରହିଛେ ଶୂନ୍ୟରେ
ଆକାଶ ରହିଛି ସାକ୍ଷୀ
ଅଭିସାରିକା ଗୋ ମୋ ମନ ନାୟୀକ
ବେପଥୁ ପଥିକ ପରି
ନାହିଁ ସେ ସମୟ ଭରସା ନିର୍ଭୟ
ଜୀବନ ସଙ୍ଗିନୀ କରି
ତୁମ ସହଚର ସପନ ମାତର
କୁଜ୍ଝଟିକା ପ୍ରାଏ ଦିଶେ
ତପନ ତାପରେ ତହୁଁ ହଜିଯିବ
ଚାହୁଁ ଚାହୁଁ ଅବଶୋଶେ
ତରୁଣ ବୟସେ କରୁଣ ପ୍ରୟାସ
କରନାହିଁ ଆଗୋ ରାମା
ତନ୍ଦ୍ରା ତେଜି ଦେଖ ବାସ୍ତବତା ଥରେ
ପଡ ନାହିଁ ମୋହେ ଜମା
