କୁସ୍ତି
କୁସ୍ତି
କୁସ୍ତି କରୁଅଛି ଶରୀର ପାଇଁକି
ସୁସ୍ତ ସବଳର ମୋହ ।
ଦୈନିକ ବ୍ୟାୟାମ କରୁଥିଲେ ଭଲ
ମଜବୁତ ହେବ ଦେହ ।।
ସଂସାରର ବୋଝ ବୋହିବାକୁ ହେଲେ
ଶକ୍ତି ଥାଏ ଆବଶ୍ୟକ ।
ବାହୁବଳ ଯେତ ସୁଦୃଢ଼ ହୋଇବ
ଖାତିରି କରିବେ ଲୋକ ।।
ସ୍ଵାସ୍ତ୍ୟବାନ ହୋଇ ଖୁସିର ରହିବ
ହେବନାହିଁ କିଛି ରୋଗ ।
ଆସନ,ବ୍ୟାୟାମ, ଓଲମ ବିଲୋମ
ପ୍ରାଣାୟମ ଆଉ ଯୋଗ ।।
କୁସ୍ତି କସରତ ଭାର ଉତ୍ତୋଳନ
ସତେଜ ରହେ ଶରୀର ।
ସୁଦୃଢ଼ ହୁଅଇ ମାଂସପୋଶୀ ମାନ
ରୋଗ ହୁଏ ଦେହୁ ଦୂର ।।
