STORYMIRROR

AJIT KIMAR TRIATHY

Others

3  

AJIT KIMAR TRIATHY

Others

ବୁଭୂକ୍ଷୁ ଶ୍ମଶାନ

ବୁଭୂକ୍ଷୁ ଶ୍ମଶାନ

1 min
11.3K

ବୁଭୂକ୍ଷୁ ଶ୍ମଶାନ

ମଶାଣି କହୁଛି ମଣିଷ କୁ ଚାହିଁ

ମୋ ପ୍ରତି ଟିକିଏ ଅନା

ମୋର କଳେବର କେତେ କଦାକାର

ବୀଭତ୍ସ ଓ ଆବର୍ଜନା (୧)

ମରିଗଲା ପରେ ମୋକୋଳେ ଶୋଇବୁ

କରନାହିଁ ମୋତେ ଘୃଣା

ମାଗୁନାହିଁ ତୋତେ ମାନ ସନମାନ

ଅଥବା କିଛି ପାଉଣା (୨)

ମୋ ଜୁଇ ନିଆଁରେ ଜଳି ଗଲେ ଥରେ

ଅରଜିବି ଯେଉଁ ପୁଣ୍ୟ

ମୁଠାଏ ପାଉଁଶ ମିଳିବ ଅବଶ୍ୟ

ଜୀବନ ହୋଇବ ଧନ୍ୟ (୩)

ଅରଜିଲୁ ଯେତେ ଧନ,ଜନ,ମାନ

ମୋର ନାହିଁ ପ୍ରୟୋଜନ

ପରିବାରେ ସବୁ ଦେଇଦେରେ ବାବୁ

ମତେଦେ କେବଳ ତନ (୪)

ଭଙ୍ଗା ହାଣ୍ଡି,ଚଟୁ ଅସ୍ଥି ଓ କଙ୍କାଳ

ଚୀରା ମୁଚୁଳା ମଶିଣା

ଦରପୋଡା କାଠ ପାଉଁଶ ଅଙ୍ଗାର

କରିବିନି ମନ ଊଣା (୫)

ତୋଅଙ୍ଗ ଅବଶ ଅସ୍ଥି,ମୁଣ୍ଡ,ମାଂସ

ମୋଗର୍ଭରେ ହେଉ ଲିନ

ସମାଧୀ କହିବ ତୋକୀର୍ତ୍ତି ବିଭବ

ଆଭିଜାତ୍ୟ ଅଭିମାନ (୬)

ବୁଭୂକ୍ଷୁ ଶ୍ମଶାନ ବୁଝେନା କା ମନ

ହୃଦୟ ବେଦନା ମାନ

ମୋପାଖରେ ନାହିଁ ଉଚ୍ଚ,ନୀଚ,ଧନୀ

ରାଜା,ରଙ୍କୀ,ମହାଜନ (୭)

ସବୁରି ଶରୀର ଗ୍ରାସ କରୁଅଛି

ନୁହେଁ କିନ୍ତୁ ବେଇମାନ

ରାକ୍ଷସ ନହୋଇ ସଭିଙ୍କୁ ଭକ୍ଷଇ

ଜନମ ମୋ ହୀନି ମାନ(୮)

ତଥାପି ମୋ ନାମ ସ୍ଵର୍ଗଦ୍ଵାର ଧାମ

ସଦାଶିବଙ୍କ ସଦନ

ତପସ୍ୟାରେ ରତ ତୀର୍ଥକ୍ଷେତ୍ର ବତ

ନୀଳାଚଳେ ବାସ ସ୍ଥାନ (୯)

କ୍ଷୁଧାରେ ଆତୁର ପୁରାଏ ଉଦର

ପାପକୁ କରେ ମୋଚନ

ଅଭିଶାପ ଯାର ଚିର ସହଚର

ଜଳୁଥାଏ ହୁତାଶନ (୧୦)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍