STORYMIRROR

AJIT KIMAR TRIATHY

Others

3  

AJIT KIMAR TRIATHY

Others

ଶବ୍ଦର ଯାଦୁ

ଶବ୍ଦର ଯାଦୁ

1 min
11.5K

ଶବ୍ଦରେ ଶବ୍ଦରେ ଅନେକ ହୋଇଛି ଖେଳ

କୁରୁକ୍ଷେତ୍ର ଠାରେ ମହାଭାରତଭଳି

ଅନେକ ଘଟଣାବଳୀ

ଯେପରି ଦ୍ରୌପଦୀ ହୋଇଲା ପାଞ୍ଚାଳୀ

ଶବ୍ଦ ପାଇଁ ସୃଷ୍ଟି ହେଲା ମହାଭାରତ

ଭାଇ ଭାଇ ମଧ୍ୟେ କଳି ହେଲା ସୂତ୍ରପାତ

ବିନା ଯୁଦ୍ଧେ ଦେବିନାହିଁ

ସୂଚ୍ୟାଗ୍ରେ ତିମିରେ ମେଦିନୀ 

କେ କହିଲା ଅନ୍ଧର ପୁଅ ଅନ୍ଧ,

ସୂତପୁତ୍ର,ଦାସୀର ସନ୍ତାନ,

ନୁହେଁ କି ଏ ଅପମାନ

ଛୁଟିଗଲା ରକ୍ତର ସୁଅ

ଧୋଇଦେଲା ମିଥ୍ୟା ମାୟା ମୋହ

ପୋଛିଦେଲା କଳଙ୍କ କାଳିମା

ବୃଥା ଗର୍ବ, ଅହଂକାର

ଉଜୁଡିଲା ପରିବାର

ଶ୍ରଦ୍ଧା,ସ୍ନେହ,ପ୍ରେମ ଅପୁର୍ବ ବନ୍ଧନ

ଶତ୍ରୁ, ଶତ୍ରୁ ଶବ୍ଦ ମଧ୍ୟ୍ୟେ 

କମ୍ପିଲା ମେଦିନୀ

କିଏ,କିଏ କାର ଶତ୍ରୁ ପୁଣି କିଏ ମିତ୍ର 

ନାହିଁ କାହାକୁ ବା ଜଣା

ମିଛେ ମିଛେ ପରସ୍ପର

କରୁଛେ ଛଳନା,ହୋଇବାଟବଣା

ନିନ୍ଦା,ଅପବାଦ ଘୃଣା

ଛୁଟାଇକି ରକ୍ତର ଝରଣା

କାହିଁକି ଏସବୁ ହୁଏ,କାହିଁକି ଏସବୁ ହୁଏ ?

କିଏସେ ବାତାର ସୂତ୍ରଧାର

ଅଦୃଶ୍ୟ ସେ ଶକ୍ତି

ଯାହା କରେ ତିକ୍ତ ବୁଝାମଣା

ଶବ୍ଦ ହୋଇପାରେ କୋଇଲିର

ପୁଣି କର୍କଷ ରାବ କାଉର

ପରନ୍ତୁ ଜଣେ ପାଏ ପୁରସ୍କାର

ଆନ ହୁଏ ତିରସ୍କର

ଏ ହେଉଛି ଶବ୍ଦର ଯାଦୁ,ଗଢିଛି ସଂସାର

ବର୍ଣ୍ଣ କିଛି ଯୋଡ଼ି କରିଲେ ଗୁମ୍ଫନ

ଓଲମ ବିଲୋମ ଶବ୍ଦର ଭଣ୍ଡାର

ବିପରିତ,ପର୍ଯ୍ୟାୟବାଚୀ,ଅନେକ ପ୍ରକାର

କିନ୍ତୁ ମୁଁ କହିବି କିଛି ଶବ୍ଦ ହିଁ ଶବ୍ଦ

ଯାର ପ୍ରୟୋଗର ହୋଇଲେ କିଛି ଶବ୍ଦ

ଶବ୍ଦ ହୋଇପାରେ କାନକୁ ସୁନ୍ଦର

ପୁଣି ହୋଇପାରେ କଦର୍ଯ୍ୟ କଦାକାର

ଯେପରି ସୃଜିଲା ମହା ସମର

ସେ ଶବ୍ଦର ପ୍ରୋୟୋଗ ହିଁ

ଦେଇଥାଏ,ଶାନ୍ତି, ଶ୍ରଦ୍ଧା,

ସ୍ନେହ,ପ୍ରେମ କରୁଣାର

ସେ ଶବ୍ଦହିଁ ସୃଷ୍ଟି କରେ

ଶତ୍ରୁତା, ସମର ଯୋଜନା

ବୃଥା ଅହଂକାରେ ମଧ୍ୟେ

କରଇ କଳଙ୍କିତ କଦର୍ଯ୍ୟ, କାଳିମା



Rate this content
Log in