ବାଲୁକା ଘଣ୍ଟା
ବାଲୁକା ଘଣ୍ଟା
ଘଣ୍ଟା ଟିଏ ସିଏ ପ୍ରାଚୀନ କାଳର
ସମୟର ଯନ୍ତ୍ରଟିଏ ।
ବାଲି କାଚ ପ୍ୟାଲି ଡ଼ମ୍ଵୁରୁ ଯେସନ
ବାଲି ତା ଭିତରେ ଥାଏ ।।
ଶୁ୍କ୍ଷ୍ମ ଛିଦ୍ର ମଧ୍ୟେ ଖଶି ଥାଏ ବାଲି
ତଳ ପ୍ୟାଲେ ଭରିଯାଏ ।
ବାହାର ଭାଗରେ ସଂଖ୍ୟାର ସୂଚକ
ଦଣ୍ଡଟିଏ ଅଙ୍କା ଥାଏ ।।
ପ୍ରତ୍ୟେକ ସମୟ ବାଲିର ପତନ
ସମୟ ସୂଚନା ଦିଏ ।
ପ୍ରତ୍ୟେକ ମୁହୂର୍ତ୍ତ ବାଲି ଧୀରେଧୀରେ
ଛିଦ୍ରେ ଝରି ପଡ଼ି ଥାଏ ।।
ରେତର ପତନ ସୂଚକ ଯେସନ
ଘଣ୍ଟା ନିର୍ଦ୍ଧାରଣ ହୁଏ ।
ତଳ ପ୍ୟାଲି ଭରି ହେଲାପରେ ପୁଣି
ତଳ ଊପରକୁ ଯାଏ ।।
ଏପରି କ୍ରମରେ ପ୍ରାଚୀନ କାଳରେ
ସମୟକୁ ଦେଖାଯାଏ ।
ଅତୀତ ଚଳଣୀ ଚୁଲିକୁ ଗଲାଣି
ବିଲୁପ୍ତ ବିସ୍ମୃତି ପ୍ରାଏ ।।
