STORYMIRROR

AJIT KIMAR TRIATHY

Abstract

3  

AJIT KIMAR TRIATHY

Abstract

ଓଡ଼ିଆ ପଖାଳ

ଓଡ଼ିଆ ପଖାଳ

1 min
11.7K


ବହୁତ ବଢିଆ ଓଡ଼ିଆ ପଖାଳ କଂସା ।

ଖରା ଦିନ ପାଇଁ ଓଡ଼ିଆ ସାହା ଭରସା ।।

ଆସହେ ଭାଇ,ବନ୍ଧୁ,ସଙ୍ଗାତ,ମିତ ସକଳ ।

ପେଟ ଭରି ଖାଇବାହେ ଆମର ପଖାଳ ।।

କେତ ଦ୍ରବ୍ୟ ଏଠି ପରଷି ଦିଅନ୍ତି ବୋଉ ।

ଖାଉଥିଲେ ଯେତେ ମନ ନ ଭରଇ ଆଉ ।।

ଦହି,ଜାଉ,କାଞ୍ଜୀ,ଭାତ ପିଆଜ ପଖାଳ ।

ବଡି,କାକୁଡିକି,ଶୁଖୁଆ, ଭାକୁର ଝୋଳ ।।

ଲେମ୍ଵୁ,ଲଙ୍କା,ସଙ୍ଗେ,ମେଥି,ଆମ୍ଵୁଲ,ଆଚାର।

ଭଜା,ଛଣାଛଣି,ରାଇ,ଆମ୍ବିଳ,ବେଶର ।।

ସନ୍ତୁଳା ସଙ୍ଗରେ ଶାଗ ଭଜା ବିବିଧ ଦ୍ରବ୍ୟ ।

ଏପରି ପଦାର୍ଥ ଓଡ଼ିଆର ଅତି ପ୍ରିୟ ଖାଦ୍ୟ ।।

ଆମ ପ୍ରଭୁ ଜଗନ୍ନାଥ ଅତ୍ୟନ୍ତ ଉଦାର ।

ଅବଢା ଟଙ୍କ ତୋରାଣିରେ ଭାବ ତାଙ୍କର ।।

ବିଦୁରର ଶାଗ ଭଜାରେ ହେଲେ ସନ୍ତୋଷ ।

ସୁଦାମା ଖୁଦରେ ସେ ଯାଚି ଦେଲେ ସର୍ବସ୍ବ।।

ଆମ ରାଜ୍ୟର ସଂସ୍କୃତି,ସଭ୍ୟତା ଓ ଭାଷା ।

ଚାଲିଚଳଣି, ଆଚାର,ଖାଦ୍ୟ,ବେଷ ଭୂଷା ।।

ଆମେ ସେ ମାଟିର ପୁଅ ସରବେ ମାନିବା ।

ଆମ ଦେଶ ଯଶ,କୀର୍ତ୍ତି ଗରବେ ଗାଇବା ।।


Rate this content
Log in

Similar oriya poem from Abstract