Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJIT KIMAR TRIATHY

Others

3  

AJIT KIMAR TRIATHY

Others

ବାଳ ଅରୁଣ

ବାଳ ଅରୁଣ

1 min
12K


ପ୍ରଭାତରୁ ଦେଖ ପୁରୁବ ଆକାଶ

ଦିଶେ କେଡ଼େ ଶୋଭାବନ ।

ସିନ୍ଦୂରା ଫଟାଇ ସେନୀଳ ଗଗନେ

କୋକିଳ କରେ କୁଜନ ।।


ବିହଙ୍ଗମ କୁଳ ହୋଇଦଳ ଦଳ

ଆକାଶେ ଡେଣା ଝାଡିଣ ।

ସ୍ଵକୀୟ ରବରେ ଉଲ୍ଲାସ ମନରେ

ଖାଦ୍ୟ କଲେ ଅନ୍ଵେଷଣ ।।


ଭୃଙ୍ଗ ପ୍ରଜାପତି ଲଭିଲେ ମୁକତି

ଉଡ଼ି ଗଲେ ଫରଫର ।

ଫୁଲରୁ ଫୂଲକୁ ଲମ୍ଫ ଦେଇକରି

ମଧୁ ପାନ କରି ତାର ।।


ଫୁଲରେ ଫୁଲରେ ବାସ ଚହଟଇ

ମଧୁ ମକ୍ଷୀ ରଣଭଣ ।

ସର୍ବେ ନିଜ ନିଜ ନିତ୍ୟକ୍ରମ ସାରି

କର୍ତ୍ତବ୍ୟରେ ସମର୍ପିଣ ।।


ସବୁରି ଭରସା ଆଶା ବିଶ୍ଵାସର

ଅଶେଷ ପୁଲକ ମନ ।

ଖୁସିରେ ସ୍ଵାଗତ ସାରା ବିଶ୍ଵବାସୀ

କରନ୍ତି ଅଭିନନ୍ଦନ ।।


Rate this content
Log in