Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJIT KIMAR TRIATHY

Tragedy Others

3  

AJIT KIMAR TRIATHY

Tragedy Others

ନିର୍ଭିକ ଯୋଦ୍ଧା

ନିର୍ଭିକ ଯୋଦ୍ଧା

1 min
11.5K


ଯୋଦ୍ଧାଟିଏ ସିଏ ଯୁଦ୍ଧ କରୁଅଛି

କରୋନା ସମ୍ମୁଖେ ଯହିଁ ।

ଦେଶର ସୁରକ୍ଷା ଦାୟିତ୍ୱ ଯାହାର

ସିପହିଠୁଁ କମ ନାହିଁ ।।

କୋଟି କୋଟି ବ୍ଯକ୍ତ ଶରୀର ସେବାରେ

ରହିଥାନ୍ତି ନିରନ୍ତରେ ।

ଆପଣା ଜୀବନ ସଙ୍କଟେ ପକାଇ

ଯୁଝୁ ଛନ୍ତି ନିର୍ଭିକରେ ।।

ସାଥି ତାଙ୍କ ଅଟେ ଷ୍ଟେଥିସ୍କୋପ୍

ହୃଦୟ ସ୍ପନ୍ଦନ ଯନ୍ତ୍ର ।

କାଗଜ କଲମ ଔଷଧ ପୁଟୁଳୀ

ଶ୍ରଦ୍ଧା,ସ୍ନେହ ତାଙ୍କ ମନ୍ତ୍ର ।।

କରୋନା ରୋଗୀଙ୍କୁ ରୋଗ ମୁକ୍ତ ପାଇଁ

ରହିଥାନ୍ତି ଅହରହ ।

କୋଭିଡ଼ ଭୂତାଣ ସଂଗ୍ରାମରେ ରତ

ଭୁଲିଯାଇ ଘର ମୋହ ।।

ଡାକତର ସିଏ ବୃତ୍ତି ଯାର ସେବା

ଆଜୀବନ ଉପକାରେ ।

କେତେଯେ ରୋଗୀଙ୍କୁ ଆରୋଗ୍ୟ କରନ୍ତି

ଦେବଦୂତ ପରକାରେ ।।



Rate this content
Log in

Similar oriya poem from Tragedy