STORYMIRROR

Umashankar Satpathy

Romance

4  

Umashankar Satpathy

Romance

ନିରୁଦିଷ୍ଟ ବାସ୍ନା

ନିରୁଦିଷ୍ଟ ବାସ୍ନା

1 min
484


ଅଭିଶପ୍ତ 

ନାୟକ ସେ,

କେବେ ଲେପିଥିଲା

ଗୋପନରେ ଗୋପନ ଗୁମ୍ଫାରେ

ଅଙ୍ଗୀକାରବଦ୍ଧତାର ଅଙ୍ଗରେ ରକ୍ତିମ ସ୍ୱାକ୍ଷର..!

ଆକର୍ଷଣ ରଚିଥିଲା ପ୍ରିୟା

ମୋହିନୀ ଅଭିସାରିକା ଅଭିସାର

ବିଦଗ୍ଧ ଆତ୍ମାରେ......

ନିରୁଦିଷ୍ଟ ଅଦୃଶ୍ୟ ଯୌବନ

ଅହରହ ଖୋଜିବୁଲେ

ଗୁଞ୍ଜିହେବ କାଳେ

ପୁଞ୍ଜପୁଞ୍ଜ ତାରାଙ୍କ ମେଳରେ

କେତେ କୋଳାହଳମୟ 

ଏ ଆକାଶ !

ଯେଉଁଠି କି ତାରାମାନେ  

କରନ୍ତି ସଂଘର୍ଷ

ଭରିଛି ଅଶାନ୍ତି 

ତା ପ୍ରଗଳ୍ଭ ମନରେ

ଯିଏ କେବେ ଜାଳିଥିଲା

ଯୌବନକୁ ଜଳନ୍ତା ଜୁଇରେ !!

କାମନା ସାଜିଛି ତାର 

ନିକାଶ ପଳାଶ

କେବଳ ଅଭାବ ବାସ୍ନାର...

ବାସ୍ନା ସେ ଅନ୍ଧକାର ଗୁମ୍ଫାର

କେବେ କରିଥିଲା ମତୁଆଲା

ନିଶ୍ଚେତକ ପ୍ରାୟ

ଭୁଲନ୍ତା କେମିତି 

ସେ ଉତ୍ତପ୍ତ ଅଗଣା 

ଜାଣି ବି ନଥିଲା  

ପାପ ଅବା ପୁଣ୍ୟ 

ନା ଥିଲା ଦୁର୍ଘଟଣା

ନିଃଶ୍ୱାସରେ ଅହରହ 

ଗାଉଛି ସେ ଗୀତ

ଦେଖନ୍ତା କି ଥରେ...

ସତୀତ୍ଵ ବିଣାର ତନ୍ତ୍ରୀ 

ଯାହା ଚୁନାଚୁନା କରିଥିଲା ସ୍ବପ୍ନ 

କେମିତି ସମ୍ଭବ !!!

ଥରେ ଶୋଇଗଲେ 

ଚିରନିଦ୍ରା ପରେ.....


Rate this content
Log in

Similar oriya poem from Romance