STORYMIRROR

Prasanna Rana

Comedy

3  

Prasanna Rana

Comedy

ନିର୍ମଳ ଚନ୍ଦାମଣ୍ଡଳ

ନିର୍ମଳ ଚନ୍ଦାମଣ୍ଡଳ

1 min
157


ନିର୍ମଳ ଚନ୍ଦାମଣ୍ଡଳ ମସ୍ତକେ ବିରାଜି,

ଦିଶେ ଯଥା ଦର୍ପଣ ବସନେ ଥିଲେ ମାଜି।

ଚାହିଁ କୁମାର କାତର, 

ଆଉଁସିଲା ମୁଣ୍ଡ ଯହିଁ ହୋଇଛି ଚାତର॥୧॥ 

  

ବାଲ୍ୟକାଳେ ଥିଲା ଯହିଁ ଘଞ୍ଚ-କୃଷ୍ଣ-କେଶ,

ସେମ୍ପୁ, କଣ୍ଡିସନର୍‌ ମାରି ସବୁ ହେଲା ଶେଷ।

ଏବେ ମରୁଅଛି ଝୁରି,

ଦରିଦ୍ର ରତନ ପାଇ ହରାଇଲା ପରି॥୨॥


ତୁହିଁ ମୋର ଶୋଭା ଶିରୀ ହୋଇଛୁ ଅନ୍ତର,

ଦିଶୁନାହିଁ କିଛି କାହିଁ ଆନ ପ୍ରତିକାର।

ନୂଆ ଦୁର୍ବାଦଳ ପରି,

ଉଠିବ କି ଶିରେ ମୋର କେଶର ଲହରୀ ॥୩॥


କେତେ କେତେ କେଶତୈଲ ବିଜ୍ଞାପନ ଦେଖି,

ଇନ୍ଦୁଲେଖା, ହେଆର୍‌ କେଆର୍‌, ଡାବର୍‌ ଆମ୍ଲା ମାଖି।

ମୁଣ୍ଡେ ଘଷି ଦେଶୀ ଅଣ୍ଡା,

କିଛି କାମ ଦେଲାନାହିଁ ମୁଣ୍ଡ ହେଲା ଲଣ୍ଡା॥୪॥


ଯେତେ ଦୂରେ ତୈଲ ମିଲୁ ଥିଲେରେ ନବୀନା,

ମୁଣ୍ଡେ କେଶ ଗଜୁରିବି ତୋହ ପାଇଁ ସିନା।

ହରିବାକୁ ଚନ୍ଦାପଣ,

ପରିଶେଷେ ମୁଣ୍ଡେ କେଶ କରିବି ରୋପଣ॥୫॥


ମୁଣ୍ଡେ ଯେବେ ଅନାଇଲେ ଚନ୍ଦ୍ରମାଗୋଲକ,

ମୁକୁର ବିମ୍ବ ପରାୟେ କରେ ଜକଜକ।

ମନେ ଭାଲେ ଗ୍ରୀଷ୍ମମାସେ,

ଚଟକି ଯିବ କି ଅବା ରବି ପରକାଶେ॥୬॥


ଜାନକୀବଲ୍ଲଭ-ପଦ୍ମପାଦେ ଚିତ୍ତ ଥାଉ,

ନର ଜନ୍ମ ଦେଇ ଚନ୍ଦା ନ କରିବ ଆଉ।

ଚନ୍ଦା-ମଣିଷ ଜୀବନ,

ପତ୍ରଝଡ଼ା ପର୍ଣ୍ଣମୋଚୀ ଅରଣ୍ୟ ସମାନ॥୭॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy