STORYMIRROR

Ch Loknath Reddy

Romance

3  

Ch Loknath Reddy

Romance

ନିରୀହର ପ୍ରେୟସୀ

ନିରୀହର ପ୍ରେୟସୀ

1 min
221


ଖେଳି ନ ଥିଲେ କିଏ ତୋ' ପରି ଖେଳ

ଖେଳିଲୁ ଛଳନା ଖେଳ

ନାଟୁଆ ନାରଦ ହୋଇ ଚାଲିଗଲୁ

ସାରିଦେଇ ତୋର ଗେଲ |


ତୋତେ ଭାବିଥିଲି ଅତି ଆପଣାର 

କିଂଚିତ ଭାବିନାହିଁ ପର

ଏବେ କରିଦେଇ ପର ମୋତେ ତୁହି

ହେଲୁ ରାଣୀ ଆଉ କାହାର |


ଭାବିବୁନି କେବେ ପର କରିଦେବି

ନୁହଁଇ ମୁହିଁ ଅବିଶ୍ୱାସୀ

ତୁହି ସିନା ଅଟୁ ହୃଦୟ ଭଙ୍ଗିନୀ

ହୋଇ ନିରୀହର ପ୍ରେୟସୀ |


ସ୍ନେହ କରେ ତୋତେ ସ୍ନେହ ଦେବି ମୁହିଁ

ନ ଭୁଲିବି ଜୀବନେ ପ୍ରିୟା

ଭୁଲିଯିବୁ ତୁହି ମୁଁ ନୁହଁ ପଛକେ

ସଦା ଥିବ ତୋ ପାଶେ ହିଆ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance