ନିରୀହର ପ୍ରେୟସୀ
ନିରୀହର ପ୍ରେୟସୀ
ଖେଳି ନ ଥିଲେ କିଏ ତୋ' ପରି ଖେଳ
ଖେଳିଲୁ ଛଳନା ଖେଳ
ନାଟୁଆ ନାରଦ ହୋଇ ଚାଲିଗଲୁ
ସାରିଦେଇ ତୋର ଗେଲ |
ତୋତେ ଭାବିଥିଲି ଅତି ଆପଣାର
କିଂଚିତ ଭାବିନାହିଁ ପର
ଏବେ କରିଦେଇ ପର ମୋତେ ତୁହି
ହେଲୁ ରାଣୀ ଆଉ କାହାର |
ଭାବିବୁନି କେବେ ପର କରିଦେବି
ନୁହଁଇ ମୁହିଁ ଅବିଶ୍ୱାସୀ
ତୁହି ସିନା ଅଟୁ ହୃଦୟ ଭଙ୍ଗିନୀ
ହୋଇ ନିରୀହର ପ୍ରେୟସୀ |
ସ୍ନେହ କରେ ତୋତେ ସ୍ନେହ ଦେବି ମୁହିଁ
ନ ଭୁଲିବି ଜୀବନେ ପ୍ରିୟା
ଭୁଲିଯିବୁ ତୁହି ମୁଁ ନୁହଁ ପଛକେ
ସଦା ଥିବ ତୋ ପାଶେ ହିଆ ||