STORYMIRROR

Krushnapriya Mohapatra

Romance Fantasy Others

3  

Krushnapriya Mohapatra

Romance Fantasy Others

ନିରବତା ତୁମ

ନିରବତା ତୁମ

1 min
111

ତୁମ ନିରବତା କେଜାଣି କାହିଁକି

ବେଶି ବେଶି ବାଧେ ମୋତେ।

ତୁମ କଥାକୁହା ଆଖିରେ ସାଇତି

ରଖିଛ ଗୋପନ କେତେ।

ସେ ଅକୁହା କଥା ପଢ଼ିବାକୁ ପ୍ରିୟା

ବିତିଯିବ ଏ ଜନମ।

ହୃଦୟ ତୁମକୁ ଦେଇଛି ସମର୍ପି

ଅମର ଆମରି ପ୍ରେମ।

ପ୍ରେମର ଅନେକ ସୁନେଲି ସପନ

ଦେଖିଥିଲି ପ୍ରିୟା ମୁହିଁ।

ମଳୟପବନେ ବାସ ଭରିବାକୁ

ଫଗୁଣ ଆସିଲା ନାହିଁ।

ତୁମ ନିରବତା ଭାଙ୍ଗିଲା ସପନ।

ଭାଙ୍ଗିଲା ଭରସା ଆଶା।

ବସନ୍ତ ନଆସି ଆସିଲା ନିଦାଘ।

ଆଣିଲା କେବଳ ତୃଷା।

ସାଜି ଥିଲ ଦିନେ ମୋ ମନ ମାନସୀ

ହଜିଥିଲ ମୋ ପ୍ରେମରେ।

କେଉଁ କାରଣରୁ ଗଲ ତୁମେ ଦୂରେ

ଭାବି ଭାବି ମୁଁ ଯେ ମରେ।

ଭୁଲ ଥିଲାଯଦି ମୋ ପ୍ରେମ ରେ କିଛି

କହିଥାନ୍ତ ମୋତେ ଖୋଲି।

ବିଶ୍ୱାସ ନ ଥିଲା ଯଦି ମୋ ଉପରେ

ଯାଇଥାନ୍ତି ଦୂରେ ଚାଲି।

ଯେତେ ଦୂରେ ଗଲେ ତୁମେ ମୋ ନିକଟେ

ରହିଛ ରହିବପ୍ରିୟା

ହୃଦୟ ମନ୍ଦିରେ ରଖିଛି ସଜାଇ

ନ ଜାଣୁ ପଛେ ଦୁନିଆଁ।

ସୁଖି ହୁଅ ତୁମେସଦା ପ୍ରିୟାମୋର

ଯେଉଁଠିବି ତୁମେ ଥାଅ

ଭୁଲି ବିନି ତୁମ ସ୍ମୃତି ଆଗୋ ସଖୀ

ଝରାଇ ବିନି ମୁଁ ଲୁହ।



Rate this content
Log in

Similar oriya poem from Romance