ନିର୍ବୋଧ ହୃଦୟ
ନିର୍ବୋଧ ହୃଦୟ
ଏଇ ନିର୍ବୋଧ ହୃଦୟଟି
ଗୋଟେ କାରାଗାର !
ଅନେକ ହୃଦ ବନ୍ଦୀ
ଆଜୀବନ ସେଠି
ବେହୋସ୍ ବର୍ତ୍ତମାନ
ବଢ଼ି ଚାଲେ ବୟସ
ଧୂଳି ଜମିଯାଏ ଆଖି କ୍ୟାମେରା
ଏବଂ ମନ ଦର୍ପଣରେ ।
କୌଣସି କାରଣରୁ
ଧୂଳି ପୋଛି ହୋଇଗଲେ
ସେଇ ମୁହଁ ମାନେ ଜଳ ଜଳ ଦିଶନ୍ତି।
ମୁଦା ଆଖିରେ
ସେମାନେ ମିଠା ମିଠା ଯନ୍ତ୍ରଣାରେ ପୋତନ୍ତି
ଅସ୍ଥିର ଅସୁସ୍ଥ କରି ପକାନ୍ତି
ସେଇ ଆପାସୋରା ମୁହଁ ଏବଂ ଆଖି।
ସେଇ ହୃଦ ବନ୍ଦୀ ମୁହଁ ମାନଙ୍କ ଭିତରୁ
ଜଣେ ଥାଏ ଅନନ୍ୟ
ଏକବାରେ ଅଚିହ୍ନା
କିନ୍ତୁ ଏତେ ଆପଣାର
ଲାଗେ କାହିଁକି ?
ହଠାତ୍ ଚମକେଇ
ଗୋଟିଏ ଝଲକ ଦେଖାଇ ଥିଲ ତୁମେ
ଆଜି କିନ୍ତୁ ପ୍ରତି କ୍ଷଣ
ତୁମେ ଖୁବ୍ ମନେ ପଡ଼
ମୁଁ କଣ ତୁମର ସେମିତି
ମନେ ପଡୁଥିବି ?

