STORYMIRROR

Chinmaya Kumar Nayak

Abstract Tragedy

3  

Chinmaya Kumar Nayak

Abstract Tragedy

ନିର୍ବାସିତ କାହାଣୀ

ନିର୍ବାସିତ କାହାଣୀ

1 min
207

ଖଣ୍ଡିଏ ରୁଟି ପାଇଁ ଯେଉଁଠି

ସଂଘର୍ଷ କରେ ଜୀବନ

ଦେହ ଢାଙ୍କିବାକୁ ପରିଷ୍କାର ଲୁଗାଟିଏ

ଯେଉଁଠି ପାଲଟେ ସାତ ସପନ

ସେଠି ସୁଖ ଦୁଃଖର ସଂଜ୍ଞା ଖୋଜିବାଟା

ସତରେ ଲାଗେ ଯେମିତି

ନିଜକୁ ନିଜେ ମୁଁ ଦେଉଛି ଅପମାନ। 


ମାଟି ଯେଉଁଠି ବିଛଣା ସାଜେ

ଆକାଶ ଯାହାର ଛାତ 

ଦିନ ରାତି ଯା ପାଇଁ ଏକାକାର ପୁଣି

ପାଟି ଖୋଜୁଥାଏ ଭାତ

ରାସ୍ତାକଡ ଯା'ର ଘର ଓ ଅଗଣା 

ଅପରିଛନ୍ନ ତା ହାତ

ତା ପାଖରେ ଯେବେ ଜୀବନ ଖୋଜେ ମୁଁ

କେହି ମୋତେ ମାରେ ଲାତ

ବଞ୍ଚିବାର ଏକ ଲକ୍ଷହୀନ ଯାତ୍ରା

ଶେଷ ପାଇଁ ପ୍ରତୀକ୍ଷିତ। 


ଆଖି ଯେଉଁଠି ପଶେ କୋରଡ ଭିତରେ

ଚାହିଁ ଚାହିଁ ଆକାଶକୁ

ଜୀବନ ଯେଉଁଠି ଧରାଶାୟୀ ହୁଏ

ଧିକ ତାର ନିୟତିକୁ

ହାରିବା ଜିତିବା ତୁଛ ତା ପାଇଁ

କିଛି ନାହିଁ ଭାବିବାକୁ

ଈଶ୍ୱର ତା ପାଇଁ ସୂତ୍ରଧରଟିଏ

ଆଉ ଦଣ୍ଡେ ଜୀଇଁବାକୁ

ଲେଖନୀ ମୋ ମୋତେ ଆଖିକୁ ତରାଟି

ବାରୁଅଛି ଲେଖିବାକୁ

ସେ ବୋଧେ ସଲ୍ଲଜ, ମୁଁ ବୋଧେ ନିର୍ଲଜ

ବଖାଣୁଛି ଏକ ନିର୍ବାସିତ କାହାଣୀକୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract