STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ନିରବ ଭାବୁକ

ନିରବ ଭାବୁକ

1 min
11.7K


କାନ୍ଥ କୁ ଆଉଜି ବସିଥିଲା 

ଦୁର୍ବଳ ଏକ ଛାୟା ମୂର୍ତି ଟିଏ 

ଦୂରରୁ ଦିଶୁଥିଲା ଲୁଗା ଗଁଣ୍ଠିଲି ପରା 

ଛାତି ପେଟ

ଆଖି ଆଉ ପାଟି

ସବୁ କେବଳ ରେଖା ମାତ୍ର 

 ଏରିଆ ଆୟତନ ଶୂନ 

ଶୁଖିଲା ମନ 

ଦରଦୀ ପ୍ରାଣ 

ଆଖି ଡୋଳା ସ୍ଥିର 

ଛାତି ଦୂକଦୁକି ଅସ୍ଥିର


ପଚାରିଲେ କହେନା 

ଯାଚିଲେ ନିଏନା 

ଖାଲି ଯାହା ଚାହୁଁ ଥାଏ 

ମଝି ମଝିରେ ନିର୍ଲିପ୍ତ ଆକାଶକୁ 

ସତେ ଅବା କହୁଛି ନୀଳାମ୍ବରକୁ 

ଏତେ ବଡ଼ ସଂସାର ରେ 

କୋଟିଏ ଲୋକ ଭିତରେ ମୁଁ ଏକା 

ଆଉ ଅୟୁତ ତାରାଙ୍କ ଗହଳି ଭିତରେ 

ଯୁଗ ଯୁଗ ର ନୀରବତା ର ରାଜୁତି 

ମୋ ସହରରେ ମଣିଷ ଙ୍କ 

 କଙ୍କଡ଼ା ଲଢେଇ

ଅପାରଗତା କୁ ଲୁଚେଇ 

ଅନ୍ୟାୟ କୁ ବଢ଼େଇ 

ଜୋରଜବରଦସ୍ତି ଛଡେଇବାର 

ଆପ୍ରାଣ ଚେଷ୍ଟା


ଆକାଶ କଣ କମ  

ଅସଂଖ୍ୟ ତାରାଙ୍କ ଭିତରେ 

ଖୁବ ପ୍ରତିଯୋଗିତା 

କିଏ ହେବ ସ୍ଵାତି ନକ୍ଷେତ୍ର ଆଉ 

ପାହାନ୍ତି ପ୍ରହର ର ଉଜ୍ୱଳ ଶୁକ୍ରତାରା


ଆକାଶ ଗମ୍ଭୀର 

କାନ୍ଥକୁ ଆଉଜି ବାସୁଥିବା ଛାୟା ମୂର୍ତି 

ତହୁଁ ବଳି ଗମ୍ଭୀର 

ଉତପ୍ତ ଆକାଶ କିଂତୁ 

ସବୁ ରାଗ ଅଭିମାନ 

ଢାଳିଦିଏ କାଳବୈଶାଖୀ କରି 

କିଂତୁ ମଣିଷ ଛାୟା ମୂର୍ତି ଟି 

ବସିଛି ସେମିତି ସ୍ଥାଣୁ ହେଇ 

କାହିଁ କେତେ ଯୁଗରୁ 

ଅୟୁତ ଅୟୁତ ଅଭିମାନ ଆଉ ଅବଶୋଷ କୁ 

ଅଣ୍ଟିରେ ପୁରେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract